ଋଷ-ୟୁକ୍ରେନ୍‌ ଯୁଦ୍ଧ ଘମାଘୋଟ, କୃଷକଙ୍କୁ କୋଟିପତି କରିଦେଲା ଯୁଦ୍ଧ

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରିରହିଛି। ୨ ସପ୍ତାହରୁ ଅଧିକ ସମୟ ହୋଇଗଲାଣି ଏହି ଯୁଦ୍ଧକୁ। ଋଷ ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଯାଇଛି। ଏହି ଆକ୍ରମଣରେ କେବଳ ୟୁକ୍ରେନ ଲୋକଙ୍କ ଜୀବନ ଯାଇନି। କିଛି ଋଷ ସୈନିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ଯୁଦ୍ଧ ସମୟରେ ୟୁକ୍ରେନ୍‌ର ଜଣେ କୃଷକ ୧୫ ବିଲିଅନ୍‌ର ମାଲିକ ହୋଇଥିବା ଖବର ଆସିଛି। ଯୁଦ୍ଧ ପାଇଁ ସେ ହୋଇପାରିଛନ୍ତି କୋଟିପତି।

ଖବର ଅନୁଯାୟୀ, ଋଷ ୟୁକ୍ରେନ୍‌ ଯୁଦ୍ଧ ମଝିରେ ଜଣେ କୃଷକ ଜଙ୍ଗଲକୁ ଯାଇଥିଲେ। ସେଠାରେ ବୁଲୁଥିବା ସମୟରେ ତାଙ୍କୁ ଏକ ଋଷିୟାନ୍‌ ମିଲିଟ୍ରି ଯୁଦ୍ଧାସ୍ତ୍ର ମିଳିଲା। ଖାରବିଭ୍‌ର ଏହି କୃଷକ ଯୁଦ୍ଧାସ୍ତ୍ରଟିକୁ ଚୋରାଇନେଲେ। ଏହି ଯୁଦ୍ଧାସ୍ତ୍ରର ମୂଲ୍ୟ ୧୫ ବିଲିୟନ୍‌ ବୋଲି ଜଣାପଡିଛି।  

ଏହି ଯୁଦ୍ଧାସ୍ତ୍ରରୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ। କୃଷକ ଜଣଙ୍କ ଏହି ଯୁଦ୍ଧାସ୍ତ୍ରକୁ ଘର ବାହାରେ ରଖିଛନ୍ତି। ଟ୍ବିଟରରେ ଓରିକ୍ସ ନାମକ ଏକ ପେଜ୍‌ରୁ ସେୟାର କରାଯାଇଛି। କୃଷକଙ୍କ ନାଁ ଇଗୋର୍‌। ରଶିଅନ ଆର୍ମିର 9K330 Tor SAM ରହିଛି ଇଗୋର୍‌ଙ୍କ ପାଖରେ। ଏହି ଯୁଦ୍ଧସ୍ତ୍ରକୁ ଦ ଡୋର୍‌ ମଧ୍ୟ କୁହାଯାଏ। ଏହା ସୋଭିଏତ ୟୁନିଅରରେ ତିଆରି ହୋଇଛି। ଏହା ବେଶ୍‌ ଶକ୍ତିଶାଳୀ।

ଏହି ମିଡିୟମ୍‌ ରେଞ୍ଜ ମେସିନ୍‌ ଭୂମିରୁ ହେଲିକପ୍ଟର, ବିମାନ, କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷ ନଷ୍ଟ କରିବା ପାଇଁ ଏହା ବ୍ୟବହୃତ

Spread the love