ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ

ଇସଲାମବାଦ୍‌:  ଗଣମାଧ୍ୟମର ସୂଚନା ଅନୁସାରେ ପାକିସ୍ତାନର ଉତ୍ତର ସିଆଲକୋଟ ସହରରେ ଏକ ବଡ଼ ବିସ୍ଫୋରଣ ଘଟିଛି । ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ପଞ୍ଜାବ ପ୍ରଦେଶର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ମଧ୍ୟ ଏହା ଶୁଣିବାକୁ ମିଳିଥିଲା ।  ସୂଚନା ଅନୁଯାୟୀ ବିସ୍ଫୋରଣ ଘଟିଥିବା ସ୍ଥାନ ଏକ ଅସ୍ତ୍ରଶସ୍ତ୍ର ସଂରକ୍ଷଣ କରାଯାଉଥିବା ସ୍ଥାନ । ବିସ୍ଫୋରଣ ହେବା ପରେ ସେହି ସ୍ଥାନରେ ବହୁ ଜୋରରେ ନିଆଁ ଜଳୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ପଛର ପ୍ରକୃତ କାରଣ ଜଣାପଡିନାହିଁ, କୌଣସି ​‌ଲୋକ ଏଥିରେ ଆହତ କି ଗୁରୁତର ହୋଇଥିବା ଖବର ଆସିନାହିଁ ।  ସିଆଲକୋଟ କ୍ୟାଣ୍ଟ ଅଞ୍ଚଳ ହେଉଛି ପାକିସ୍ତାନର ସର୍ବ ପୂରାତନ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ୟାଣ୍ଟନମେଣ୍ଟ ଅଞ୍ଚଳ ।ଏହା ୧୮୫୨ ମସିହାରେ ବ୍ରିଟିଶ ଭାରତୀୟ ସେନା ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏଥିସହିତ ବିସ୍ଫୋରଣ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରାଯାଉଛି। ଏହି ଭିଡିଓ ଗୁଡିକରେ ଅଗ୍ନି ଏବଂ ଧୂଆଁ ସାମରିକ ବେସର ଉପରୁ ଉଠୁଥିବା ଦେଖିବାକୁ ମିଳିଛି ।

Spread the love