‘The Fame Game’ର ଅଭିନେତା ଗଗନ ଅରୋରା କଲେ ବିବାହ

ନୂଆଦିଲ୍ଳୀ ୨୨।୦୩ : ଗତ କିଛି ମାସ ବଲିଉଡ୍‌ ଠାରୁ ଆରମ୍ଭ କରି ଟେଲି ଜଗତରେ ମଧ୍ୟରେ ଅନେକ ସେଲିବ୍ରିଟି ବିବାହ କରୁଛନ୍ତି।  ଏହି ତାଲିକାରେ ଆଉ ଏକ ନାମ ଯୋଡା ଯାଇଛି । ଏଣ୍ଟରଟେନ୍‌ମେଣ୍ଟ ଜଗତର ଆଉ ଏକ ତାରକା ବିବାହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଅଭିନେତା ହେଉଛନ୍ତି ମାଧୁରୀ ଦୀକ୍ଷିତଙ୍କ ‘ଦ ଫେମ୍ ଗେମ୍’ର ଗଗନ୍ ଆରୋରା । ଯିଏ ନିଜର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡଙ୍କ ହାତ ଧରିଛନ୍ତି । ଦୁହେଁ ପରସ୍ପରକୁ ୧୨ ବର୍ଷ ଧରି ଡେଟ୍‌ କରୁଥିଲେ ।

ସେ ସୋସିଆଲ ମିଡିଆରେ ମୁଦିତାଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏବଂ ମୁଦିତା ବହୁତ ଖୁସି ଥିବାର ଦେଖିବାକୁ ମିଳିଛନ୍ତି ।ଗଗନ ଆରୋରା ଏହି ଫଟୋ ଗୁଡ଼ିକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରିଛନ୍ତି । ଯେଉଁଥିରେ ଗଗନ ସୁନେଲି ରଙ୍ଗର ଶେରୱାନି ଏବଂ ଧଳା ଦୁପଟ୍ଟାରେ ନଜର ଆସିଥିବା ବେଳେ ମୁଦିତା ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ବର୍ତ୍ତମାନ ମୁଦିତା ଏବଂ ଗଗନ ଆରୋରାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ଗଗନ ଆରୋରାଙ୍କ ପୋଷ୍ଟ ଉପରେ ଅନେକ ସେଲେବ୍‌ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ଅଭିନେତାଙ୍କ ଫ୍ୟାନ୍‌ ଫଲୋର୍ସମାନେ ମଧ୍ୟ ଅଭିନେତାଙ୍କୁ ସୁଖମୟ ବିବାହ କାମନା କରୁଛନ୍ତି । କେହି କେହି ଏହାକୁ ପ୍ରକୃତ ପ୍ରେମ ବୋଲି ମଧ୍ୟ କହୁଛନ୍ତି ।

Spread the love