ଲକ୍ଡାଉନ୍କୁ ପୂରିଲା ୨ ବର୍ଷ
ନୂଆଦିଲ୍ଲୀ: ଭାରତରେ ଆଜିର ଦିନରେ ଲାଗୁ ହୋଇଥିଲା ଲକଡାଉନ୍ ।ଭାରତରେ କରୋନା ପ୍ରଥମେ ୩୦ ଜାନୁଆରୀ ୨୦୨୦ରେ କେରଳରେ ଚିହ୍ନଟ ହୋଇଥିଲା ଏବଂ ପ୍ରଥମ ମୃତ୍ୟୁ ୧୦ ମାର୍ଚ୍ଚରେ କର୍ଣ୍ଣାଟକରେ ଘଟିଥିଲା । ୨୪ ମାର୍ଚ୍ଚରେ ଏହି ଲକଡାଉନ୍ ଲାଗୁ କରାଯାଇଥିଲା, ଯାହାକି ୩୧ ମେ ପର୍ଯ୍ୟନ୍ତ ଚାଲିଥିଲା । ଲକଡାଉନ୍ କେବେ ଖୋଲିବ ତାହା ଜଣାନଥିଲା।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୧ଦିନର ପ୍ରଥମ ଲକଡାଉନ୍ ପରେ ଅନେକ ଥର ବୃଦ୍ଧି କରାଯାଇଥିଲା । ସହରଗୁଡିକରେ କାମ ବନ୍ଦ ହେତୁ ହଜାର ହଜାର ଲୋକ ପାଦରେ ଚାଲି ଚାଲି ଗାଁକୁ ଆସିଥିଲେ । ଗ୍ରୋସରୀ ଦୋକାନ, ବ୍ୟାଙ୍କ, ଏଟିଏମ୍, ପେଟ୍ରୋଲ୍ ପମ୍ପ, ଔଷଧ ଦୋକାନ ଏବଂ କିଛି ଜରୁରୀ ଜିନିଷ ବ୍ୟତୀତ ସବୁକିଛି ବନ୍ଦ ରହିଥିଲା | ଏହା ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲକଡାଇନକୁ କଡ଼ାକଡ଼ି ପାଳନ କରିବାକୁ । ସହରର ଗଡ଼ିକନ୍ଦିରେ ପୋଲିସ କଡ଼ା ଚେକିଂ କରୁଥିବା ଦେଖିବାକୁ ମିଳିଥିଲା । ଲୋକମାନେ ବହୁତ ହଇରାଣ ହେଲେ।୧୪ ଘଣ୍ଟାର ଜନତା କର୍ଫ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନ ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା କରିଥିଲେ । ଲକଡାଇନ ଘୋଷଣା ସମୟରେ ଦେଶରେ ୫୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ତାଲାବନ୍ଦ ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ସେ କହିଥିଲେ କି କରୋନାକୁ ନେଇ ଡରନ୍ତୁ ନାହିଁ । କରୋନା ମୁକାବିଲା ପାଇଁ କେବଳ ସତର୍କ ଜରୁରୀ । ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ଜରୁରୀ କାମନରହିଲେ ବାହାରକୁ ବାହାରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।