ବିଶ୍ୱର ଆର୍ଥିକ ଅଭିବୃଦ୍ଧି ହ୍ରାସ

ଜେନେଭା:  ଋଷ-ୟୁକ୍ରେନ୍‍ ଯୁଦ୍ଧ ବିଶ୍ୱର ଅର୍ଥନୀତିକୁ ପ୍ରଭାବିିତ କରିିଛି।ତେଣୁ ୨୦୨୨ରେ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ୨.୬%କୁ ହ୍ରାସପାଇବ ବୋଲି ୟୁଏନ୍‍ କନ୍‍ଫରେନ୍ସ ଅନ୍‍ ଟ୍ରେଡ ଆଣ୍ଡ ଡେଭଲପମେଣ୍ଟ (ଅଙ୍କ୍‍ଟାଡ) ପକ୍ଷରୁ କୁହାଯାଇଛି।  ଏଥିସହିତ ୨୦୨୨ରେ ଭାରତର ଅଭିବୃଦ୍ଧି ହାର ପ୍ରାୟ ୨%ରୁ ଅଧିକ ହ୍ରାସପାଇ ୪.୬% ହେବା ଏହା ଅନୁମାନ କରିଛି। ଯୁଦ୍ଧ କାରଣରୁ ଭାରତ ଇନ୍ଧନ ଯୋଗାଡ କରିବା ଏବଂ ଏହାର ବର୍ଦ୍ଧିତ ମୂଲ୍ୟ, ରୁଷ ବିରୋଧରେ ଜାରି ବାଣିଜ୍ୟ କଟକଣାର ପ୍ରଭାବ, ଖାଦ୍ୟ ମୂଲ୍ୟସ୍ଫୀତି, ନୀତିସମୂହକୁ କଡାକଡି କରାଯିବା ଏବଂ ଆର୍ଥିକ ସ୍ଥିରତା ଆଦି କାରଣରୁ ଏହାର ଅଭିବୃଦ୍ଧି ହ୍ରାସପାଇବା ନେଇ ଅଙ୍କ୍‍ଟାଡ ପକ୍ଷରୁ ଗତକାଲି ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।ତେଣୁ ପ୍ରତ୍ୟେକ ରାଷ୍ଟ୍ର ଖାଦ୍ୟ ମୂଲ୍ୟସ୍ଫୀତି ଭଳି କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଏହି ସବୁ ରାଷ୍ଟ୍ରକୁ ଅଧିକ କ୍ଷତି ପହଞ୍ଚାଇବ ଏବଂ ଉକ୍ତ ରାଷ୍ଟ୍ରଗୁଡିକର ନିଜସ୍ୱ ଆର୍ଥିକ ଅସ୍ଥିର ଅବସ୍ଥା ଏହି ସମସ୍ୟାକୁ ବହୁଗୁଣିତ କରିବ।

Spread the love