ଓଠର ଯତ୍ନ ପାଇଁ କରନ୍ତୁ ଏହି କାମ

ବର୍ତ୍ତମାନର ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ଓଠ କଳାପଡିଥାଏଓ ଶୁଖିଥାଏ। ସବୁ ଝିଅ ଚାହାଁନ୍ତି ସୁନ୍ଦର କେଶ ଏବଂ ସୁନ୍ଦର ଓଠ।ଓଠ ସୁନ୍ଦର ଦେଖାଗଲେ ନାରୀ ଅତି ସୁନ୍ଦର ଦେଖାଯାଏ।ତେଣୁ ଓଠକୁ ସୁନ୍ଦର କରିବା ପାଇଁ ଏହି ସବୁ ଜିନିଷ ବ୍ୟବହାର କରନ୍ତୁ-

୨ ଚାମଚ ଚିନି ନିଅନ୍ତୁ। ଏକ ଚାମଚ ଚିନିରେ ମହୁ ଓ ଏକ ଚାମଚ ଚିନିରେ ବାଦାମ ତେଲ ମିଶାନ୍ତୁ। ଏହାକୁ ଓଠରେ ଭଲ ଭାବରେ କିଛି ସମୟ ଧରି ଧିରେ ଧିରେ ମାଲିସ କରନ୍ତୁ। ବାଦାମ ତେଲ ଓ ମହୁ ଲଗାଇବା ଦ୍ୱାରା ଏହା ଓଠକୁ ନରମ କରିବା ସହ କଳାପଣ ଦୂର କରିଥାଏ। ଏହାକୁ ନିୟମିତ ବ୍ୟବହାର ଦ୍ୱାରା ଓଠ ଗୋଲାପି ହୋଇଥାଏ।

ଏକ ଛୋଟ ବିଟ୍‍ ଖଣ୍ଡ ନିଅନ୍ତୁ। ଏହାକୁ କୋରି ଦିଅନ୍ତୁ। ଏହାର ରସ ବାହାର କରି ଦିଅନ୍ତୁ। ଏହାକୁ ନିଜ ହାତ ଆଙ୍ଗୁଠିରେ ନେଇ ଓଠରେ ଲଗାନ୍ତୁ। ୧୫ ମିନିଟ୍‍ ଲଗାଇ ରଖି ଏହାକୁ ଧୋଇ ଦିଅନ୍ତୁ। ଏହା ଦ୍ୱାରା ମଧ୍ୟ ଓଠ ଗୋଲାପି ହୋଇଥାଏ।

ସତେଜ ଘିକୁଆଁରୀ ରସରେ ଅଳ୍ପ ମହୁ ମିଶାନ୍ତୁ। ଏହାକୁ ନିଜ ଓଠରେ ଲଗାଇ ୧୫ ମିନିଟ୍‍ ରଖନ୍ତୁ। ଏହାପରେ ଓଠକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଓଠ ନରମ ଓ ଗୋଲାପି ହୋଇଥାଏ।

ଦାନ୍ତ ଘଷା ବ୍ରଶକୁ ହାଲକା ଓଦା କରି ଓଠରେ ଧିରେ ଧିରେ ଘଷନ୍ତୁ। ଏବେ ରାତିରେ ଲିପ୍‍ ବାମ୍‍ ଲଗାଇ ଶୁଅନ୍ତୁ।
ଆବଶ୍ୟକ ପରିମାଣରେ ପାଣି ପିଅନ୍ତୁ।ଏସବୁ ଦ୍ୱାରା ଓଠ ସୁନ୍ଦର ଓ ସତେଜ ଦେଖାଯାଏ।

Spread the love