ଜି-୭ ରାଷ୍ଟ୍ର ରୁଷ୍‌ ସୁନା ଉପରେ କଟକଣା

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ସଂଘ ଲଗାଇଥିବା କଠୋର ଆର୍ଥିକ କଟକଣାକୁ ସୁନା ଜରିଆରେ ଏଡ଼ାଇବାରେ ରୁଷ୍‌ ଯେଭଳି ସଫଳ ନହେବ ତାହା ନିଶ୍ଚିତ କରିବା ଲାଗି ଜି-୭ ର‌ା‌ଷ୍ଟ୍ରଗୁଡ଼ିକ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ରୁଷ୍‌ର କେନ୍ଦ୍ରୀୟ ବ୍ୟାଙ୍କ ‘ବ୍ୟାଙ୍କ ଅଫ୍‌ ରୁଷିଆ’ ପାଖରେ ୧୩୦ ନିୟୁତ ଡଲାର  ସୁନା ରହିଛି। ଆହୁରି ସୁନା କିଣିବା ଲାଗି ରୁଷ୍‌ ଉଦ୍ୟମ  କରୁଛି। ଆର୍ଥିକ କଟକଣା ସମ‌ୟରେ କାରବାର ପାଇଁ ସୁନାକୁ ଏକ ସୁରକ୍ଷିତ ମାଧ୍ୟମ ଭାବେ ବିଚାର କରାଯାଏ।ମୁଦ୍ରା ବଦଳରେ ତାହାକୁ ସବୁ ଦେଶ ସହଜରେ ଗ୍ରହଣ କରିଥାନ୍ତି। ଏମିତିରେ ଡଲାର କାରବାର ଉପରେ କଟକଣା ଲଗାଯାଇଥିବାରୁ ରୁଷ୍‌ର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ଥିବା ଅଧା ମୁଦ୍ରା ନିସ୍କ୍ରିୟ ହୋଇପଡ଼ିଛି। ଏଭଳି ସମୟରେ ସୁନା ହିଁ ରୁଷ୍‌ ପାଇଁ କାରବାର ଜାରି ରଖିବାର ଅନ୍ୟତମ ଉପାୟ ସାଜିଛି। ସେହି କ୍ଷମତାକୁ ସଙ୍କୁଚିତ କରିବା ଲାଗି ଜି-୭ ରାଷ୍ଟ୍ରଗୁଡ଼ିକ ସୁନା କାରବାର ଉପରେ କଟକଣା ଜାରି କରିଛନ୍ତି। କୌଣସି ପରିସ୍ଥିତିରେ ଯେଭଳି କଟକଣାକୁ ଏଡ଼ାଇବାରେ ରୁଷ ସଫଳ ନହୁଏ, ତାହା ନିଶ୍ଚିତ କରିବା ଲାଗି ଜି-୭ ଓ ୟୁରୋପୀୟ ସଂଘ ମିଳିତ ଭାବେ ଚେଷ୍ଟା କରୁୁୁଛନ୍ତି।

Spread the love