ଚିତ୍ତୁର ଦଶମ ଶ୍ରେଣୀ ଟପ୍ପର ଆତ୍ମହତ୍ୟା ମାମଲା, ନିଲମ୍ୱିତ ହେଲେ ପ୍ରିନ୍ସିପାଲ୍

ଚିତ୍ତୁର ୨୫/୦୩ : ଆନ୍ଧ୍ରପ୍ରଦେଶ ଚିତ୍ତୁର ଛୋଟ ସହର ପାଲାମାନରରେ ଦଶମ ଶ୍ରେଣୀ ଟପ୍ପର ଆତ୍ମହତ୍ୟା କରିବା ଘଟଣା ଏବେ ବିବାଦୀୟ ମୋଡ ନେବାରେ ଲାଗିଛି । ସୋଡା ବିକ୍ରେତାଙ୍କ ଝିଅ ମିସବା ଫାତିମା ଗଙ୍ଗାଭାରାମର ବ୍ରହ୍ମର୍ଶୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ । ଏହି ଘଟଣା ପରେ ଝିଅ ପରିବାର ଅଭିଯୋଗ କରିଛନ୍ତି ଯେ ସ୍କୁଲ ପ୍ରିନ୍ସପାଲଙ୍କ ଦୁର୍ବ୍ୟବହାର ଯୋଗଁ ତାଙ୍କ ଝିଅ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ।

ଶିକ୍ଷାବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ପ୍ରିନ୍ସିପାଲ୍ ରମେଶ ମିସବାଙ୍କୁ ସ୍ଥାନାନ୍ତର ପ୍ରମାଣପତ୍ର (ଟିସି) ଦେଇଥିଲେ । ରମେଶଙ୍କୁ ଶୁକ୍ରବାର ଦିନ ପାଲମାନର ପୋଲିସ ଗିରଫ କରି ଆଇପିସିର ଧାରା ୩୦୬,୫୦୬ ଅନୁଯାୟୀ ସଂଗୀନ ଦଫା ଲଗାଇଛି । ଗୁରୁବାର ଦିନ ତାଙ୍କୁ ସ୍କୁଲରୁ ନିଲମ୍ବିତ କରାଯାଇଛି । ପୂର୍ବରୁ ଝିଅଟିର ସୁଇସାଇଡାଲ ନୋଟକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।

ମିସବା ଫାତିମା ଉଲ୍ଲେଖ କରିଛନ୍ତି ଯେ ତାଙ୍କ ସହପାଠୀଙ୍କର ବାପା ତାଙ୍କୁ ହଟାଇବା ପାଇଁ ସ୍କୁଲ ମ୍ୟାନେଜମେଣ୍ଟ ଉପରେ ଚାପ ପକାଉଥିଲେ । ଯାହାଦ୍ୱାରା ତାଙ୍କ ଝିଅ କ୍ଲାସ୍ ଟପ୍ପର ହେବ । ମିସବାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଶାସକ ଦଳର ନେତା ହୋଇଥିବାରୁ ଅଭିଯୁକ୍ତ – ସହପାଠୀଙ୍କ ପିତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଶିଥିଳତା ଦେଖାଦେଇଛି ।

ଏହାରି ଭିତରେ ସମୟରେ ତେଲୁଗୁ ଦେଶମ ପାର୍ଟିର ନେତା ତଥା ପୂର୍ବତନ ସିଏମ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ଝିଅର ଆତ୍ମହତ୍ୟା ପାଇଁ YSRCP ନେତାଙ୍କୁ ଦାୟୀ କରିଛନ୍ତି । ମିସବାଙ୍କ ଆତ୍ମହତ୍ୟାକୁ ରୋକିବା ପାଇଁ ସୁନୀଲ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ YS ଜଗନ୍ ରେଡ୍ଡୀ ସରକାର ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେଶ ଦାବି କରିଛନ୍ତି ।

Spread the love