ଅଣ୍ଟାରେ ସର୍ଭିସ୍ ରିଭଲଭର ରଖିବା ବେଳେ ଫୁଟିଲା ଗୁଳି

ଭଞ୍ଜନଗର: ଅଣ୍ଟାରେ ସର୍ଭିସ୍ ରିଭଲଭର ରଖିବା ବେଳେ  ଗୁଳି ଫୁଟିି  ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି । ଥାନା ପରିସରରେ ଅଣ୍ଟାରେ ବନ୍ଧୁକ ରଖୁଥିବା ବେଳେ ଅସାବଧାନତା କାରଣରୁ ଗୁଳି ଫୁଟି ତାଙ୍କ ଅଣ୍ଟାରେ ବାଜି ଥିଲା ଏବଂ ପ୍ରଚୁର ରକ୍ତ ସ୍ରାବ ହେବାରୁ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ଗଞ୍ଜାମ ଏସପି ।ଏସପିଙ୍କ ସୂଚନା ଅନୁସାରେ ୪ ମାସ ପୂର୍ବରୁ ଥାନାରେ ଯୋଗ ଦେଇଥିଲେ ଦେବ କୁମାର ଗମାଙ୍ଗୋ ।  ମୃତ ଆଇଆଇସିଙ୍କ ପତ୍ନୀ ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟରେ ଇନସପେକ୍ଟର ଭାବେ କାର୍ଯ୍ୟ କରନ୍ତିି । ତାଙ୍କର ୪ ବର୍ଷର ଦୁଇଟି ଯାଆଁଳା ଛୁଆ ଅଛନ୍ତି। କିଛିଦିନ ହେବ ମାନସିକ ଚିନ୍ତାରେ ଥିଲେ ଆଇଆଇସି । ଏହି ଘଟଣା ଥାନା ପରିସରରେ ଘଟିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଦୁର୍ଘଟଣା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସପି।

Spread the love