ରକ୍ତଚାପ ନିୟନ୍ତ୍ରଣ ପାଇଁ ଡାଏଟ୍‌ ! ଜାଣନ୍ତୁ କଣ ଖାଇବେ ଓ କଣ ଖାଇବେନି

ନମସ୍କାର ବନ୍ଧୁଗଣ ତେବେ ହାଇ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର କୁହାଯାଏ । ଏହାର ସାଧାରଣତଃ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ । ଅଧିକାଂଶ ସମୟରେ ହୃଦ୍ ରୋଗ ମଧ୍ୟ ରକ୍ତ ଚାପର କାରଣ ହୋଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କ ହାର୍ଟ କେତେ ବ୍ଲଡ଼ ପମ୍ପ କରିଥାଏ ତାହା ଉପରେ ହାର୍ଟ ଆଟାକ୍‌ର କାରଣ ହୋଇଥାଏ । ଯଦି ଆପଣ ଏକ ସୁସ୍ଥ ଜୀବନଶୈଳୀ ସହିତ ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରନ୍ତି, ତେବେ ଆପଣଙ୍କର କୌଣସୀ ଔଷଧର ଆବଶ୍ୟକତାକୁ ଏଡ଼ାଇ ପାରିବେ । ତେଣୁ କିଛିଟା ଜିନିଷକୁ ଆଖି ଆଗରେ ରଖି ବିଶେଷ ଭାବରେ ନିଜର ଶରୀରର ଯତ୍ନ ନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ନିତ୍ୟଦିନ ଜୀବନରେ ବିଭିନ୍ନ ଅଭ୍ୟାସକୁ ନିୟମିତ କରିବା ଦ୍ୱାରା କିପରି ରକ୍ତଚାପକୁ ନିୟନ୍ତ୍ରଣ କରିପାରିବା।

ତେବେ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଓଜନ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ । ସପ୍ତାହକୁ ନିହାତି କିଛି ମାତ୍ରାରେ ଓଜନ ହ୍ରାସ ହେବା ଆବଶ୍ୟକ । ଗବେଷଣାରୁ ଜଣାପଡିଛି ଯେ ଓଜନ ବୃଦ୍ଧି ରକ୍ତଚାପ ଓ ହାର୍ଟ ଅଟାକ୍‌ର ଗୋଟିଏ ମୁଖ୍ୟ କାରଣ ଅଟେ । ଉଚ୍ଚ ରକ୍ତଚାପ ରୋଗୀ ମାନେ ପ୍ରୋସେଶ୍ ଫୁଡ୍ ନିୟମିତ ଖାଇବା ଉଚିତ୍ ନୁହେଁ । ଏଥିରେ ଲୁଣ ଓ ଚିନିର ମାତ୍ରା ଖୁବ୍ ଅଧିକ ରହିଥାଏ । ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ । ଉଚ୍ଚ ରକ୍ତଚାପ ରୋଗୀ ମାନେ ଧୁମ୍ର ପାନ ଠାରୁ ନିହାତି ଦୂରେଇ ରହିବା ଆବଶ୍ୟକ। ଧୂମ୍ର ପାନ ଅସ୍ଥାୟୀ ଭାବରେ ରକ୍ତଚାପକୁ ବୃଦ୍ଧି କରିଥାଏ ।

ତେବେ ଆପଣ ନିଜ ଡାଏଟ ରେ ସକାଳେ ଜଳଖିଆ ରେ ମାଣ୍ଡିଆ ଜାଉ, ଚୁଡା କଦଳୀ, ଚୁଡା ସନ୍ତୁଳା, ଆଲସୀ ମଞ୍ଜି, ମେଥି ମଞ୍ଜି କିମ୍ବା ଆଲମଣ୍ଡ ହେଉ କିମ୍ବା ଅଖରୋଟ ମଧ୍ୟ ଖାଇ ପାରିବେ। ଏହାର କିଛି ସମୟ ପରେ ଆପଣ ଦହି ସର୍ବତ କିମ୍ବା ବିନା ଲୁଣ ର ଲେମ୍ବୁ ସର୍ବତ ମଧ୍ୟ ପିଇ ପାରିବେ।

ଖରାବେଳେ ଆପଣ ସୁଷମ ଖାଦ୍ୟ ଭାତ,ଡାଲି,ଶାଗ,ଦହି,ଆଦି ଖାଇ ପାରିବେ ଏହା ଛଡା ସନ୍ଧ୍ୟା ରେ ଆପଣ ଗଜାବୁଟ ଏବଂ ଫଳ କିମ୍ବା ଛେନା ଖାଇ ପାରିବେ। ତେବେ ରାତିରେ ଆପଣ କମ ଖାଆନ୍ତୁ କିନ୍ତୁ ଫାଇବର ଜାତୀୟ ଖାଦ୍ୟ ଖାଆନ୍ତୁ ଯେପରି ଡାଲମା, ସନ୍ତୁଳା ଭଜା ଆଦି ଖାଇବା ଦ୍ୱାରା ଆପଣଙ୍କ ହଜମ ଠିକ ଭାବରେ ହୋଇ ପାରିବ। ତେବେ ଏହା ସହ ଆପଣ କିଛି ସମୟ ବାହାର କରି କିଛି ଯୋଗ ,ବ୍ୟାୟାମ କରନ୍ତୁ ନଚେତ ଚାଲନ୍ତୁ ଟ୍ରେଡ଼ ମେଲ ଅଛି ଯଦି ତାକୁ ବ୍ୟବହାର କରନ୍ତୁ। ତେବେ ଯଦି ଆପଣ ନିୟମିତ ଭାବରେ ଖାଇବା ବେଳେ କଞ୍ଚା ରସୁଣ ସେବନ କରିବେ ତେବେ ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ଖାଦ୍ୟ ରେ ଲୁଣର ମାତ୍ରା ଅଧିକ ରଖନ୍ତୁ ନାହିଁ । ଲୁଣ କମ୍ ଖାଇବା ଦ୍ୱାରା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରି ହେବ।

Spread the love