ସୋଆରେ ବିଶ୍ୱ ଜଳ ଦିବସ ପାଳନ

ଭୁବନେଶ୍ୱର: ଭବିଷ୍ୟତରେ ପୃଥିବୀରେ ଜଳର ଅଭାବ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ। ଏହାକୁ ଦୃଷ୍ଟିରେ ରଖି ସଚେତନ ହେବା ସହ ବିଜ୍ଞତାରସହ ଏହାକୁ ବ୍ୟବହାର କରିବା ଆବଶ୍ୟକ। ବିଶ୍ୱ ଜଳ ଦିବସ ଉପଲକ୍ଷେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତାମାନେ ଏହି ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି ।

ଏହି ଅବସରରେ ଜଳ ସଂରକ୍ଷଣ ଓ ଏହାର ଉପଯୁକ୍ତ ବ୍ୟବହାର କରିବାକୁ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ । ଅନୁଷ୍ଠାନର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍ (ଏଫ୍‌ଆଇଇଏଓ) ଓଡ଼ିଶା ଚ୍ୟାପ୍ଟରର ମୁଖ୍ୟ କେ.କେ. ସାହୁ ଭବିଷ୍ୟତ ପିଢ଼ି ନିମନ୍ତେ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିôବା ବେଳେ ଦେଭଙ୍କ ଏଂଟରପ୍ରାଇଜେର ନିର୍ଦ୍ଦେଶକ ଶ୍ରୀ ସକେତ ଅଗ୍ରୱାଲ ଭୂତଳ ଜଳସ୍ତରର ପତନ କମି ଯାଉଥିବା କହି ଉଦ୍‌ବେଗ ପ୍ରକାଶ କରିଥିଲେ। ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସଂଯୋଜକ ଡକ୍ଟର ଦୁର୍ଯ୍ୟୋଧନ ଜେନା ଓ ଜାନକୀ ପାଇପ୍‌ସର ମାର୍କେଟିଂ ମୁଖ୍ୟ ଶ୍ରୀ ସତ୍ୟନାରାୟଣ ମିଶ୍ର
ମଧ୍ୟ ବକ୍ତବ୍ୟ ରଖିଥିଲେ। ଏହି ଉପଲକ୍ଷେ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ଏକ ର‌୍ୟାଲିରେ ଯୋଗ ଦେଇଥିଲେ । ଏବର୍ଷ ବିଶ୍ୱ ଜଳଦିବସର ଥିମ୍ ଥିଲା “ ଗ୍ରାଉଣ୍ଡ ୱାଟର: ମେକିଙ୍ଗ୍ ଇନ୍‌ଭିଜିବଲ୍ ଭିଜିବଲ୍‌।

Spread the love