ରାହୁଲ ସରୀନଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ : ଅନିଲ ଧିରୁଭାଇ ଅମ୍ବାନୀ ଗ୍ରୁପ୍ ବା ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ୍ ଅନିଲ ଅମ୍ବାନୀ ଗତକାଲି ରିଲାଏନ୍ସ ପାଓ୍ୱାର ଓ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ।ତେଣୁ ଆର ପାଓ୍ୱାର ଓ ଆର୍ ଇନଫ୍ରାର ନିର୍ଦ୍ଦେଶକ ମଣ୍ଡଳୀ ଗତକାଲି ରାହୁଲ ସରୀନଙ୍କୁ ଆସନ୍ତା ୫ ବର୍ଷ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦ ପ୍ରଦାନ କରିଛନ୍ତି । ତେବେ ଏହାକୁ ବୋର୍ଡର ସଦସ୍ୟମାନେ ମଞ୍ଜୁରୀ ଦେବା ବାକି ରହିଛି । ୭୨ ବର୍ଷୀୟ ରାହୁଲ ପ୍ରଶାସନିକ ସେବାରେ ଥିଲେ । ସେ ଦୀର୍ଘ ୩୫ ବର୍ଷ ଧରି ଲୋକଙ୍କ ସେବା କରିଛନ୍ତି । ସେ କେନ୍ଦ୍ର ସରକାରଙ୍କ ସଚିବ ରହି ଅବସର ଗ୍ରହଣ କରିଥିଲେ ।

Spread the love