ଯୋଗୀ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ

ଉତ୍ତରପ୍ରଦେଶ:ଗତକାଲି ଯୋଗୀ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି,କାରଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଦ୍ବିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି  ।ତେବେ ଆଜି ପୂର୍ବାହ୍ନ ୧୦ଟାରେ ଯୋଗୀ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ ବସିବାକୁ ଯାଇଛି ଏବଂ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଥମଥର ପାଇଁ ଅଧ୍ୟକ୍ଷତା କରିବେ । ପରେ ପୂର୍ବାହ୍ନ ୧୧ଟାରେ ବାଚସ୍ପତିଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ରାଜଭବନରେ ଏହି ସମାରୋହ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେବେ ରମାପତି ଶାସ୍ତ୍ରୀ । ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହେବା ନେଇ ଜଣାପଡ଼ିଛି । ଖାଲି ସେତିକି ନୁହେଁ ଦିନ ସାଢ଼େ ୧୧ଟାରେ ମଧ୍ୟ ଯୋଗୀଙ୍କୁ ନେଇ ଆଉ ଏକ ବଡ଼ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଚିବ ସ୍ତରରୁ ଆରମ୍ଭ କରି ଉପରସ୍ତରର ଅଧିକାରୀଙ୍କୁ ସମ୍ବୋଧିତ କରିବେ ବୋଲି ସୂଚନା ଦିଆଯାଇଛି ।

Spread the love