କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ହିଜାବ ପିନ୍ଧି ନମାଜ ପଢ଼ିଲେ ଛାତ୍ରୀ

ସାଗର ୨୬/୦୩ : ମଧ୍ୟପ୍ରଦେଶ ସାଗରରେ ଥିବା ଡଃ ହରିସିଂହ ଗୌର କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ହିଜାବକୁ ନେଇ ବିବାଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଦ୍ୱିପ୍ରହରେ ଜଣେ ମୁସଲିମ ଛାତ୍ରୀ ହିଜାବ ପିନ୍ଧି ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ(ଡିପାର୍ଟମେଣ୍ଟ)ରେ ନମାଜ ପଢ଼ିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେଠାରେ ବିବାଦ ଦେଖାଦେଇଛି । ହିନ୍ଦୁ ସଙ୍ଗଠନମାନେ ଏହି ଘଟଣାକୁ ବିରୋଧ କରିବା ସହିତ ଏଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।

ଏହି ଭିଡିଓରେ ଦମୋହରେ ରହୁଥିବା ବିଏସସି ବିଏଡର ଶେଷ ବର୍ଷର ଛାତ୍ରୀ  ନମାଜ ପାଠ କରୁଥିବା ଜଣାପଡ଼ିଛି । ସେ ଶୁକ୍ରବାର ଦିନ ତାଙ୍କ ଶ୍ରେଣୀଗୃହରେ ନମାଜ ପଢ଼ିଥିଲେ । ଏହି ଘଟଣାର ଭିଡିଓ ଉତ୍ତୋଳନ କରି ଜନୈକ ବ୍ୟକ୍ତି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ହିନ୍ଦୁ ଜାଗରଣ ମଞ୍ଚ ଏହାକୁ ନିନ୍ଦା କରିବା ସହ ଶ୍ରେଣୀ ଗୃହରେ ନମାଜ ପଢ଼ିବା ଉପରେ ଆପତ୍ତି ଉଠାଇଛି। ହିନ୍ଦୁ ଜାଗରଣ ମଞ୍ଚର ଜିଲ୍ଲା ଅଧ୍ୟକ୍ଷ ଉମେଶ ସରାଫ  ଅଭିଯୋଗ କରି କହିଛନ୍ତି ଶ୍ରେଣୀ ଗୃହରେ ନମାଜ ପଢ଼ିବା ଆପତ୍ତିଜନକ କାର୍ଯ୍ୟ ଅଟେ। ସେ ଏହାର  ଅଭିଯୋଗ ବିଶ୍ୱ ବିଦ୍ଯାଳୟର କୁଳପତି ପ୍ରୋଫେସର ନୀଳିମା ଗୁପ୍ତା ଓ ରେଜିଷ୍ଟାର ସନ୍ତୋଷ  ସୋହଗୌରାଙ୍କ ପାଖରେ କରି ମାମଲାର ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି

ଏ ସମ୍ପର୍କରେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଚନ୍ତି କଲେଜରେ କୌଣସି ୟୁନିଫର୍ମ ନାହିଁ। କିନ୍ତୁ ନୈତିକ ୟୁନିଫର୍ମ ପିନ୍ଧି ଆସିବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ମଧ୍ୟ ଏ ନେଇ ସୂଚନା ଦେଇ କହିଛନ୍ତି ରାଜ୍ୟରେ ହିଜାବକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ । ଏହା ପୂର୍ବରୁ ରାଜ୍ୟରେ କିଛି ଜିଲ୍ଲାର ସ୍କୁଲରେ ହିଜାବ ପିନ୍ଧି ଆସିବାକୁ ନେଇ ବିବାଦ ଉପୁଜିବାରୁ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସଫାଇ ଦେଇଥିଲେ ।

Spread the love