ଶ୍ରୀଲଙ୍କାରେ ଚାଉଳ କିଲୋ ୨୯୦ ଟଙ୍କା

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଅର୍ଥନୈତିକ ସଂକଟ ଦେଖାଯିିବା  ହେତୁ ଅର୍ଥନୈତିକ ଅବସ୍ଥା  ପୁୁରା ଶୋଚନୀୟ ହୋଇପଡ଼ିଛି ।ଶ୍ରୀଲଙ୍କର ଜନସଂଖ୍ୟା ୨.୨ କୋଟି ହୋଇଥିବା ବେଳେ ବଜାରରେ ବିଭିନ୍ନ ନିତ୍ୟ ଆବଶ୍ୟକ ସାମଗ୍ରୀର ଦାମ୍ ହୁହୁ ହୋଇ ବଢ଼ିଚାଲିଛି । ଯାହା ଫଳରେ ଶ୍ରୀଲଙ୍କାର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଲୋକ ମାନେ ସରକାରଙ୍କୁ ତୀବ୍ର ବିରୋଧ କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅପିଲ ମଧ୍ୟ କରୁଛନ୍ତି । ଅନ୍ୟପଟେ ଲୋକଙ୍କ ସମାଗମକୁ ଦେଖି ସରକାର ଗ୍ୟାସ ଷ୍ଟେସନରେ ସାମରିକ ନିୟୋଜିତ କରିଛନ୍ତି ।

ଶ୍ରୀଲଙ୍କା ତାର ଅଧିକାଂଶ ସାମଗ୍ରୀ ଅନ୍ୟ ଦେଶଠାରୁ ଆମଦାନୀ କରିଥିାଏ । ସବୁଠାରୁ ବଡ଼ କଥା ହେଉଛି ତେଲ ଓ ଔଷଧ ମଧ୍ୟ ଅନ୍ୟଠାରୁ ମଗାଇଥାଏ ଶ୍ରୀଲଙ୍କା । ଗତ ବର୍ଷ ଡିସେମ୍ବରରେ ଶ୍ରୀଲଙ୍କା ସରକାର ପେଟ୍ରୋଲିୟମ ଦ୍ରବ୍ୟର ଅଂଶ ୨୦ ପ୍ରତିଶତ ଆମଦାନୀ କରିଥିଲେ । ଯାହାକି ଶ୍ରୀଲଙ୍କାରେ କମ୍ ରହିଥିଲା । ଏହି କାରଣରୁ ସେଠାରେ ଅତ୍ୟାବଶ୍ୟକ ଜିନିଷର ଅଭାବ ଦେଖାଦେଇଛି । ତେଣୁ ନିତ୍ୟବ୍ୟବହାର ସାମଗ୍ରୀର ଦାମ୍ ଆକାଶ ଛୁଆଁ ହୋଇଛି ।
ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାରେ ଖାଦ୍ୟର ମୂଲ୍ୟ ଅହେତୁକ ବୃଦ୍ଧି ପାଇଛି । ରେଷ୍ଟୁରାଣ୍ଟରେ ଗୋଟିଏ କପ୍ ଚା’ର ମୂଲ୍ୟ ୧୦୦ ଟଙ୍କାରେ ପହଞ୍ଚିଛି । ଖାଲି ସେତିକି ନୁହେଁ ଚାଉଳ କିଲୋ ପ୍ରତି ଦାମ୍ ୨୯୦ ରହିଥିବା ବେଳେ, ଚିନି କିଲୋଗ୍ରାମ ମଧ୍ୟ ୨୯୦ ଟଙ୍କା ରହିଛି । ୪୦୦ ଗ୍ରାମ କ୍ଷୀର ପାଉଡର ପାଇଁ ୭୯୦ ଟଙ୍କା ଶ୍ରୀଲଙ୍କା ବାସୀଙ୍କୁ ଦେବାକୁ ପଡ଼ୁଛି । ଅଶୋଧିତ ମୂଲ୍ୟ ବୃଦ୍ଧି ଏବଂ ପର୍ଯ୍ୟଟନ ଆୟ ହ୍ରାସ ହେତୁ ଶ୍ରୀଲଙ୍କାର ଅର୍ଥନୀତି ଉପରେ ଏପରି ଏକ ବଡ଼ ସଙ୍କଟ ଦେଖା ଦେଇଛି । ଯାହା ଫଳରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଶ୍ରୀଲଙ୍କା । ଶ୍ରୀଲଙ୍କାର ମୁଦ୍ରାସ୍ଫୀତି ୧୫ ପ୍ରତିଶତରେ ପହଞ୍ଚିଛି । ଅର୍ଥନୀତିର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି।

Spread the love