କୋଣାର୍କ ଏନ୍ଏସି ଦଖଲ କଲା ବିଜେଡି

କୋଣାର୍କ ୨୬/୦୩/୨୨: ପୁରୀ ଜିଲ୍ଲା କୋଣାର୍କ ଏନ୍‌ଏସି ବିଜେଡି ହାତକୁ ଯାଇଛି। ଦଳର ପ୍ରାର୍ଥିନୀ ସଂଯୁକ୍ତା ତ୍ରିପାଠୀ  ବିଜେପି ପ୍ରାର୍ଥିନୀ ଚନ୍ଦ୍ରିକା ରାଉତରାୟଙ୍କୁ ୮୫୯ ଭୋଟରେ ପରାସ୍ତ କରିଛନ୍ତି। ଶେଷ ରାଉଣ୍ଡ ଗଣତି ସରିବା ପରେ ଏଠାରେ କଂଗ୍ରେସ ଓ ବିଜେପିକୁ ୨୪୨୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାଥୀନି ସଂଯୁକ୍ତା ତ୍ରିପାଠୀ ୩୩୪୫ ଭୋଟ ପାଇ ବିଜୟୀ ହୋଇଛନ୍ତି।

ନିର୍ବାଚନ ଜିତିବା ପରେ ନ୍ୟୁଜ୍-୭କୁ ପ୍ରତିକ୍ରିୟ ଦେଇଛନ୍ତି ସଂଯୁକ୍ତା। ନବୀନ ବାବୁ ମତେ ବିଜେଡି ଟିକେଟ ଦେଇଥିବାରୁ  ମୁଁ ନିଜକୁ ଧନ୍ୟ ମନେକରୁଛି। ନବୀନଙ୍କର ବିକାଶମୂଳକ କାର୍ଯ୍ୟ ଓ ସ୍ୱଚ୍ଛ ଶାସନ ପାଇ ଆଜି କୋଣାର୍କବାସୀ ମତେ ତାଙ୍କ ସେବା କରିବାକୁ ସୁଯୋଗ ଦେଇଛନ୍ତି ବୋଲି ସଂଯୁକ୍ତା କହିଛନ୍ତି।

ସେହିପରି ବିଜୟୀ ହେବା ପରେ ନିଜର କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ କୋଣାର୍କର ଜମି ଜମା ସମସ୍ୟା, ବେବସlୟୀମାନଙ୍କୁ ଥଇଥାନ ଓ କୋଣାର୍କ ମେଡିକାଲର ସ୍ଥାଇ ଡାକ୍ତର ନିଯୁକ୍ତି ତାଙ୍କର ମୂଳ ଲକ୍ଷ୍ୟ ହେବ।

Spread the love