ଜି. ଉଦୟଗିରି ଏନଏସି ନିର୍ବାଚନ; ବିଜେଡିର ଭାନୁପ୍ରଭା ମିଶ୍ର ଅଧ୍ୟକ୍ଷା ନିର୍ବାଚିତ

ଜି.ଉଦୟଗିରି ୨୬/୩:  ଜି.ଉଦୟଗିରି ଏନଏସି ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଏଠାରେ ବି ବିଜେଡି ବିଜୟ ହୋଇଛି। ଦଳୀୟ ପ୍ରାର୍ଥିନୀ ଭାନୁପ୍ରଭା ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସ୍ଵାଧୀନ ପ୍ରାର୍ଥିନୀ ମିତା ରାଣୀ ପାତ୍ରଙ୍କୁ ୩୨୦ଟି ଭୋଟରେ ପରାସ୍ତ କରିଛନ୍ତି।

ଭାନୁପ୍ରଭା ୧୯୮୪ ଭୋଟ ପାଇଥିବା ବେଳେ ମିତା ରାଣୀ ପାତ୍ର ୧୬୬୪ ଭୋଟ ପାଇଥିଲେ । ଅନ୍ୟପଟେ ବିଜେପି ପ୍ରାର୍ଥିନୀ ସୁସ୍ମିତା ଜେନା ୧୧୯୦ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ସମୁଦାୟ ୧୩ ଟି ୱାର୍ଡ ମଧ୍ୟରୁ ବିଜୁ ଜନତା ଦଳ ୭ ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୪ ଟି, କଂଗ୍ରେସ ଗୋଟିଏ ଆସନ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏ ଆସନରେ ବିଜୟୀ ହୋଇଛନ୍ତି।

ପୂର୍ବତନ ଅଧ୍ୟକ୍ଷ ସଞ୍ଜୀବ କୁମାର ପାତ୍ରଙ୍କ ପତ୍ନୀ ମିତା ରାଣୀ ପାତ୍ର ବିଜୁ ଜନତା ଦଳରୁ ଟିକେଟ ନ ପାଇବା ଯୋଗୁ ସିଏ ସ୍ୱାଧୀନ ଭାବେ ଲଢ଼ିଥିଲେ। ସଂଜୀବ କୁମାର ପାତ୍ର ୫ ନମ୍ୱର ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜୟୀ ହୋଇଛନ୍ତି। ବିଜୟୀ ଅଧ୍ୟକ୍ଷାଙ୍କୁ ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ କିଶୋର ନାୟକ, ଜିଲ୍ଲା ସଂପାଦକ କାଳୁ ଚରଣ ପଣ୍ଡା, ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ଏପଟେ ବିଜୟୀ ହେବା ପରେ ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଜନତା ସାଧାରମଙ୍କୁ ଧନ୍ୟବଦା ଦେବା ସହିତ ଯେଉଁ ଗୁରୁ ଦାଇତ୍ୱ ମିଳିଛି ତାକୁ ନିଷ୍ଠାର ସହିତ ପାଳନ କରିବି ବୋଲି କହିଛନ୍ତି। ତାସହିତ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

Spread the love