ଫାଙ୍କା ଗୁଳି ଚାଳନା କରି ବିଜୟ ଶୋଭାଯାତ୍ରା ଆରମ୍ଭ କଲେ ପ୍ରାର୍ଥୀ, ଏବେ ଥାନାରେ ଅଟକ, ମାମଲା ରୁଜୁ

ସୁବର୍ଣ୍ଣପୁର, ୨୬/୦୩: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌରପରିଷଦର ଫଳାଫଳ ବାହାରିବା ପରେ ୯ ନମ୍ୱର୍ ୱାର୍ଡର କାଉନସିଲର ପ୍ରାର୍ଥୀ ଗୁଳି ଫୁଟାଇ ଖୁସି ଜାହିର କଲେ । ପ୍ରାର୍ଥୀ ଜଣକ ହେଲେ ବିଜେଡି ଦଳର ନେତା କଇଁରୁ ସ୍ୱାଇଁ। ଆଜି ବିଜୟ ଶୋଭା ଯାତ୍ରା ବାହାର କରିବା ସମୟରେ ଖୁସିରେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଥିଲେ । ଏହି ଗୁଳିଟି କାହା ଦେହରେ ବାଜି ନଥିବା ବେଳେ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି ।

ତେବେ ଏହି ଘଟଣା ତାଙ୍କୁ ମାହାଙ୍ଗା ପଡ଼ିଛି । ୱାର୍ଡମେମ୍ବର  ବିଜେଡିର କଇଁରୁ ସ୍ବାଇଁ ଓ ବନ୍ଧୁକର ମାଲିକ ରାମ ବାହାଦୂର ସିଂହ କାଉନସିଲରଙ୍କ ସମୁଧି ସୋନପୁର ଥାନାରେ ଅଟକ ରହିଥିବା ବେଳେ ବନ୍ଧୁକ ଜବତ  ହୋଇଛି । ସ୍ବତନ୍ତ୍ର ତଦନ୍ତ ଅଧିକାରୀ କରିବେ ଏହାର ତଦନ୍ତ କରିବେ ବୋଲି ଜଣାପଡ଼ିଛି । ଆର୍ମ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି ।

Spread the love