ପରିସ୍ଥିତି କୁ ଦେଖି ପରମାଣୁ ଆକ୍ରମଣ ହୋଇପାରେ- ରାଜନାଥ ସିଂହ

ରକ୍ଷାମନ୍ତ୍ରୀ ରାଜନାଥ ସିହଂ ଆଜି ପୋଖରାନରେ ଅଟଳବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି  ଦେଇଛନ୍ତି । ଏହି ଅବସରରେ  ରାଜନାଥ ସିଂହ କହିଛନ୍ତି ଆଗରୁ ଭାରତର ନୀତି ଥିଲା ପ୍ରଥମେ ଆମେ ପରମାଣୁ ଆକ୍ରମଣ କରିବୁନାହିଁ ।  ହେଲେ  ଏବେ ସମୟ ବଦଳିଛି । ଏବଂ ପରମାଣୁ ଆକ୍ରମଣରୁ ନେଇ ଆମର ନିତୀ ମଧ୍ୟ ବଦଳିଛି । ଏବେ ପରିସ୍ଥିତି ଉପରେ ନିର୍ଭର କରୁଛି ।  ପ୍ରକାଶ ଥାଉକି, ଆଜି ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ପୋଖରାନ ପହଞ୍ଚିଥିଲେ । ସେଠାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି  ଦେବା ଅବସରରେ ପରମାଣୁ ବିଷୟରେ ଆଲୋଚନା କରିଥିଲେ । ମେ ମାସ 1998ରେ ପୋଖରନ ରେ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ପରମାଣୁ ପରୀକ୍ଷଣ ହୋଇଥିଲା ।

ଅନ୍ୟପକ୍ଷରେ କାଶ୍ମୀରରୁ ଧାରା 370 ହଟିବା ପରେ ପାକିସ୍ତାନ ସହ ଭାରତର ସବୁ ପ୍ରକାର ସମ୍ପର୍କ ଛିନ୍ନ ହୋଇଯାଇଛି । ଏହାସହ ଦୁଇଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ।  କିଛିଦିନ ହେଲା ପାକିସ୍ତାନ ଲଦାଖ ସୀମାରେ ଯୁଦ୍ଧ ବିମାନ ରଖିବା ପରଠାରୁ ସ୍ଥତି ଆହୁରୀ ଗମ୍ଭୀର ହୋଇଯାଇଛି । ଏହାକୁ ନେଇ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ କହିଛନ୍ତି କୌଣସି ପରିସ୍ଥିତି ପାଇଁ ଭାରତୀୟ  ସେନା ସତର୍କ ରହିଛି ।

Spread the love