ଗ୍ରୀନ ଟି ସହ କଣ ଲଗାଇଲେ ତ୍ୱଚା ସୁନ୍ଦର ଦିଶେ

 

ପ୍ରଥମେ ଏକ ତୁଳାରେ କିଛି କଞ୍ଚା କ୍ଷୀର ନେଇ ମୁହଁକୁ ଭଲ ଭାବେ ସଫା କରନ୍ତୁ। ଏହାପରେ ଗ୍ରୀନ ଟି ବ୍ୟାଗ୍‍ ରୁ ପତି କାଢି ଏଥିରେ ସାମାନ୍ୟ ଚିନି ଓ ପାଣି ମିଶାନ୍ତୁ। ଏହାକୁ ମୁହଁରେ କିଛି ସମୟ ମାଲିସ କରନ୍ତୁ। କିଛି ସମୟ ରଖିବା ପରେ ସଫା ପାଣିରେ ମୁହଁ ଧୋଇ ଦିଅନ୍ତୁ।ଏହାକୁ କିଛି ଦିନ ଯାଏଁ ଫ୍ରିଜରେ ରଖି ମଧ୍ୟ ବ୍ୟବହାର କରିପାରିବେ।

ଏକ ପାତ୍ରରେ ଏକ ଚାମଚ ମହୁ ଓ ଏକ ଚାମଚ ଗ୍ରୀନ ଟି ମିଶାଇ ଏହାକୁ ମୁହଁ ଓ ବେକରେ ଲଗାନ୍ତୁ। ୧୦ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ।

 ଏକ ପାତ୍ର ଗ୍ୟାସରେ ବସାଇ କିଛି ପାଣି ନେଇ ଏକ ଚାମଚ ଗ୍ରୀନ ଟି ପକାଇ ଫୁଟାନ୍ତୁ। ଏହାକୁ ଛାଣି ଥଣ୍ଡା କରି ଏଥିରେ ମୁଲତାନୀ ମାଟି, ଅଳ୍ପ ଘିକୁଆଁରୀ ରସ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ।

 

Spread the love