ଏଣିକି ୫ଦିନ ହେବ କାର୍ଯ୍ୟଦିବସ

 ମଣିପୁର: ଏଣିକି ୫ଦିନ ହେବ କାର୍ଯ୍ୟଦିବସ।  ମାର୍ଚ୍ଚ ୨୨ରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଘୋଷଣା କରି ମଣିପୁରର ରାଜ୍ୟପାଳ ସୋମବାରରୁ ଶୁକ୍ରବାର କାମ କରି ଶନିବାର ଓ ରବିବାର ଛୁଟି ପାଇବେ କର୍ମଚାରୀ ଘୋଷଣା କରିଛନ୍ତି। ତେବେ ଏହି ନିୟମ ସମଗ୍ର ଭାରତରେ ନୁହେଁ ବରଂ କେବଳ ମଣିପୁରରେ ଲାଗୁ ହେବ ବୋଲି ଜଣାପଡ଼ିଛି। କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧ରୁ ରାଜ୍ୟରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ, ଏଜେନ୍ସି ଏବଂ ପିଏସୟୁ ପାଇଁ ପାଞ୍ଚ ଦିନିଆ କାର୍ଯ୍ୟଦିବସ ରହିବ।

ପ୍ରବଳ ଖରା ହେତୁ ମାର୍ଚ୍ଚରୁ ଅକ୍ଟୋବର ପର୍ଯ୍ୟନ୍ତ ସକାଳ ୯ଟାରୁ ୫.୩୦ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରହିବ। ଶୀତଦିନ ପାଇଁ (ନଭେମ୍ବରରୁ ଫେବ୍ରୁଆରି) କାର୍ଯ୍ୟ ସମୟ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ ବୋଲି କୁହାଯାଇଛି। ଉଭୟ ଗ୍ରୀଷ୍ମ ଏବଂ ଶୀତ ଋତୁରେ ଅପରାହ୍ନ ୧ଟାରୁ ୧.୩୦ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ହେବ। ଏହି ନିଷ୍ପତ୍ତି କର୍ମଚାରୀଙ୍କ କାର୍ଯ୍ୟ-ଜୀବନ ସନ୍ତୁଳନକୁ ଉନ୍ନତ କରିବ ବୋଲି ସରକାର କହିଛନ୍ତି।ଏହାସହ ଆସନ୍ତାକାଲିଠାରୁ ଶନିବାର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ/ ଘରୋଇ ବିଦ୍ୟାଳୟ ସକାଳ ୮ଟାରୁ ସ୍କୁଲ ଆରମ୍ଭ ହେବ ବୋଲି ଏଥିରେ କୁହାଯାଇଛି। ଶିକ୍ଷା ବିଭାଗ କେଉଁ ଶ୍ରେଣୀର ପିଲା କେତେ ସମୟ ସ୍କୁଲରେ ରହିବେ ତାହା ସ୍ଥିର କରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା ବିଭାଗଗୁଡ଼ିକର କର୍ମଚାରୀଙ୍କୁ ପାଇଁ ଅଣ-କାର୍ଯ୍ୟ ଦିବସରେ ମଧ୍ୟ କାମ କରିବାକୁ ପଡ଼ିବ।

Spread the love