୫ ଦିନ ଯାଏଁ କମିବନି ତାତି

ଭୁବନେଶ୍ୱର,୨୮/୦୩: ରାଜ୍ୟରେ ଭୀଷଣ ଖରା ଜାରି ରହିଛି । ଆସନ୍ତା ୪ରୁ ୫ଦିନ ଯାଏ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ । ଫଳରେ ଗରମ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସୂଚନା ମୁତାବିକ, ରବିବାର ୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବାରିପଦା, ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ, ତାଳଚେର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାର ତାପମାତ୍ରା ୪୦ଡିଗ୍ରୀ ଉପରେ ଅଛି । ଟିଟିଲାଗଡ, ସୋନପୁର, ଅନୁଗୁଳ ଓ ଭବାନୀପାଟଣାରେ ତାପମାତ୍ରା ଅଧିକ ରହିଛି । ଏହି ୪ ସହରର ତାପମାତ୍ରା ୩୯ଡିଗ୍ରୀ ଉପରେ ଅଛି ।

ମାଲକାନଗିରିରେ ୩୮.୫, ଫୁଲବାଣୀରେ ୩୮.୪ ଓ ଭୁବନେଶ୍ୱରର ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ ହୋଇଛି । ତେବେ ଆସନ୍ତା ୪ ଦିନ ଯାଏ ରାଜ୍ୟର ପାଣିପାଗରେ ସେଭଳି କୌଣସି ପରିବର୍ତ୍ତନ ହେବନି । କୌଣସି ସ୍ଥାନରେ ବର୍ଷା ସମ୍ଭାବନା ନାହିଁ ବୋଲି ବିଭାଗ ପୂର୍ବାନୁମାନ କରିଛି ।

Spread the love