ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସମିତିସଭ୍ୟଙ୍କ ସ୍ୱାମୀଙ୍କ ମୃତ୍ୟୁ

ପାଟଣାଗଡ଼, ୨୮/୦୩: ସମିତି ସଭ୍ୟଙ୍କ ସ୍ୱାମୀଙ୍କୁ ଗୁଳିମାଡ଼ । ବେଳପଡା ବ୍ଲକ ଅନ୍ତର୍ଗତ ବାଗଡୋର ପଞ୍ଚାୟତ ସମିତି ସଭ୍ୟ ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଡିଲକ୍ସ ଗାଡ଼ିରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ  ଫେରାର ହୋଇଯାଇଛନ୍ତି । ତାଙ୍କ ଛାତିରେ ୩ ଟି ଗୁଳି ବାଜିଥିବା ସୂଚନା ମିଳିଛି । ତାଙ୍କୁ ଡାକ୍ତରଖାନା ନିଆଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Spread the love