ଅମୃତଭଣ୍ଡାର ଉପକାରିତା

ନୂଆଦିଲ୍ଳୀ:ଫଳ ଖାଇବା କଥା ଆସିଲେ ଆମେ ବିଭିନ୍ନ ପ୍ରକାର ଫଳ ଖାଉ କିନ୍ତୁ କେଉଁ ସମୟରେ,କେମିତି,କେତେ ପରିମାଣରେ ଖାଇବା ଉଚିତ ତାହା ଆମେ ଜାଣି ନଥାଉ ମାତ୍ର ଖାଇଥାଉ।କହିବାକୁ ଗଲେ ସମସ୍ତ ଫଳରେ ଅନେକ ପୁଷ୍ଟିକର ଖାଦ୍ୟ ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହୁଏ । କିନ୍ତୁ ଅମୃତଭଣ୍ଡା ଏପରି ଏକ ନିଆରା ଫଳ ଯାହା ରଙ୍ଗରେ ବହୁତ ସୁନ୍ଦର ଏବଂ ସ୍ବାଦରେ ମିଠା ମଧ୍ୟ ଥାଏ । ଅମୃତଭଣ୍ଡାରେ ଏପରି ଅନେକ ଉପାଦାନ ଥାଏ, ଯାହା ଶରୀରର ଅନେକ ସମସ୍ୟାକୁ ଦୂରେଇ ରଖେ। ତ୍ବଚାର ସୁନ୍ଦରତା ବଢାଇଥାଏ । ଏହାର ମଞ୍ଜି ଏବଂ ଏହାର ପତ୍ର ମଧ୍ୟ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୁଏ । ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଆସନ୍ତୁ ଜାଣିବା ଅମୃତଭଣ୍ଡା ଖାଇବାର ଲାଭ କ’ଣ?

ପେଟ ପାଇଁ ଲାଭଦାୟକ- ଯେଉଁମାନଙ୍କର ହଜମ କରିବାରେ ସମସ୍ୟା ଅଛି, ସେମାନେ ପାଚିଲା ଅମୃତଭଣ୍ଡା ବା କଚା ଖାଇବା ଆବଶ୍ୟକ । ଏହା ସମସ୍ୟାକୁ ଦୂର କରିଥାଏ । ଏହାର କାରଣ ହେଉଛି ପେପେନ୍ ନାମକ ଏକ ଉପାଦାନ ଥାଏ ଯାହା ଶରୀରରେ ପ୍ରୋଟିନ୍ ଭାଙ୍ଗି ହଜମ କରିବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, ଅମୃତଭଣ୍ଡାରେ ଫାଇବରର ଭରପୂର ମାତ୍ରାରେ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ଏବଂ କୋଷ୍ଠକାଠିନ୍ୟକୁ ରୋକିଥାଏ।

ଓଜନ ହ୍ରାସ କରିବାରେ ସାହାଯ୍ୟ– ପେପର ଖାଇବା ଦ୍ୱାରା ଓଜନ ବହୁତ ଶୀଘ୍ର କମିଯାଏ । ବାସ୍ତବରେ, ଅମୃତଭଣ୍ଡାରେ ଥିବା କ୍ୟାଲୋରୀ ବହୁତ କମ୍ ଏବଂ ଫାଇବରରେ ଭରପୂର ବୋଲି ରହିଥାଏ। ଏଭଳି ପରିସ୍ଥିତିରେ ଅମୃତଭଣ୍ଡା ଖାଇବା ଦ୍ୱାରା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରଖିଥାଏ । ଭୋକିଲା ଲାଗେ ନାହିଁ । ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ ମଧ୍ୟ କରେ ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ- ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହାଁନ୍ତି, ତେବେ ପ୍ରତିଦିନ ଅମୃତଭଣ୍ଡା ଖାଆନ୍ତୁ । ବାସ୍ତବରେ ଅନେକ ପ୍ରକାରର ଭିଟାମିନ୍ ଅମୃତଭଣ୍ଡାରେ ମିଳିଥାଏ ଯେପରିକି ଭିଟାମିନ୍ ଏ, ବି, ସି ଏବଂ ଭିଟାମିନ୍ କେ । ଏହି ସମସ୍ତ ଭିଟାମିନ୍ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଏ ।

ମଧୁମେହ ରୋଗୀ ପାଇଁ ଉପକାରୀ- ଅମୃତଭଣ୍ଡା ମିଠା କିନ୍ତୁ ମଧୁମେହ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଫାଇବରର ପରିମାଣ ବହୁତ ଅଧିକ ଥାଏ।  ଯାହା ରକ୍ତରେ ଶର୍କରା ସ୍ତର ଏବଂ କୋଲେଷ୍ଟ୍ରଲକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କର ମଧୁମେହ ଅଛି ତେବେ ଆପଣଙ୍କୁ ଅମୃତ ଖାଇବା ଆବଶ୍ୟକ ।

କୋଲେଷ୍ଟ୍ରଲ ହ୍ରାସ- ଅତ୍ୟଧିକ କୋଲେଷ୍ଟ୍ରଲ ରହିବା ଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଭଳି ଅନେକ ସମସ୍ୟା ହୋଇପାରେ। ତେଣୁ କୋଲେଷ୍ଟ୍ରଲକୁ ଅଧିକ ହେବାକୁ ଦିଅନ୍ତୁ ନାହିଁ । କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ଅମୃତଭଣ୍ଡା ମଧ୍ୟ ଖାଇପାରିବେ । ଅମୃତଭଣ୍ଡାରେ ଫାଇବର, ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଯାହା କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

Spread the love