ଉତ୍ତରାଖଣ୍ଡରେ ବିଭାଗ ବଣ୍ଟନ ଦାୟିତ୍ୱ ଅର୍ପଣ

ଉତ୍ତରାଖଣ୍ଡ:ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିବାର ୬ଦିନ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ କରିବା ସହିତ ସେମାନଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି। କାର୍ମିକ ଓ ଅଖିଳ ଭାରତୀୟ ସେବା ସଂସ୍ଥାପନା ବିଷୟକ କାର୍ଯ୍ୟ, ଜନ ସେବା ସତର୍କତା, ସୁଶାସନ, ଭ୍ରଷ୍ଟାଚାର ବିରୋଧି ଜନସେବା,   ସଚିବାଳୟ ପ୍ରଶାସନ, ସାମାନ୍ୟ ପ୍ରଶାସନ, ନିଯୁକ୍ତି, ରାଜ୍ୟ ସମ୍ପତ୍ତି, ସୂଚନା ଗୃହ, କାରାଗାର, ନାଗରିକ ସୁରକ୍ଷା, ଗୃହରକ୍ଷି ଓ ଅର୍ଦ୍ଧ ସୈନିକ କଲ୍ୟାଣ, ରାଜସ୍ୱ, ଔଦ୍ୟୋଗିକ ବିକାସ ଓ ଖନନ, ଶ୍ରମ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପାନୀୟ ଜଳ, ଶକ୍ତି ଓ ବୈକଳ୍ପିକ ଶକ୍ତି, ଆୟୁଷ, ଅବକାରୀ, ନ୍ୟାୟ, ବିପର୍ଯ୍ୟୟ ପରିଚାଳନା ଏବଂ ପୁନର୍ବାସ, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟାବରଣ ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ଆଦି ୨୩ଟି ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜେ ନେଇଛନ୍ତି।

ଏହାଛଡ଼ା ଲୋକନିର୍ମାଣ, ପଞ୍ଚାୟତ ରାଜ, ଗ୍ରାମୀଣ ନିର୍ମାଣ, ଧର୍ମ ଓ ସଂସ୍କୃତି, ପର୍ଯ୍ୟଟନ, ଜଳାଶୟ ପରିଚାଳନା, ଜଳ ସେଚନ ଓ କ୍ଷୁଦ୍ର ଜଳ ସେଚନ ବିଭାଗ ସତପାଲ ମହାରାଜ ନେଇଛନ୍ତି।ବିତ୍ତ, ବାଣିଜ୍ୟ କର, ଷ୍ଟାମ୍ପ ଓ ରେଜିଷ୍ଟ୍ରେସନ, ସହର ବିକାସ, ଆବାସ, ବିଧାୟି ଓ ସଂସଦୀୟ କାର୍ଯ୍ୟ, ପୁନର୍ଗଠନ ଓ ଜନ ଗଣନା ବିଭାଗରେ ପ୍ରେମ ଚନ୍ଦ ଅଗ୍ରୱାଲ, କୃଷି, କୃଷି ଶିକ୍ଷା, କୃଷି ବିପଣନ, ଉଦ୍ୟାନ କୃଷି ଓ ବୈଷୟିକ କୃଷି, ଉଦ୍ୟାନ ଓ ଫଳ ଉଦ୍ୟୋଗ, ରେଶମ ବିକାସ, ଜୈବ ପ୍ରାଦ୍ୟୋଗିକ, ସୈନିକ କଲ୍ୟାଣ ଓ ଗ୍ରାମ୍ୟ ବିକାସ ବିଭାଗରେେ ଗଣେଶ ଯୋଶୀ,ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା, ସଂସ୍କୃତ ଶିକ୍ଷା, ସହଯୋଗିତା, ଉଚ୍ଚ ଶିକ୍ଷା, ଚିକିତ୍ସା ସ୍ୱାସ୍ଥ୍ୟ ଓ ଚିକିତ୍ସା ସେବା ବିିିଭାଗରେ ଧନ ସିଂହ ରାୱତ, ବନ୍ୟବିଭାଗ, ଭାଷା, ନିର୍ବାଚନ ଓ ବୈଷୟିକ ଶିକ୍ଷା ବିଭାଗରେ ସୁବୋଧ ଉନିଆଲ,ମହିଳା ସଶକ୍ତିକରଣ ଓ ଶିଶୁ ବିକାସ, ଖାଦ୍ୟ ବିଭାଗ, ଯୋଗାଣ ଓ ଗ୍ରାହକ ବିଭାଗ, କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗରେ  ରେଖା ଆର୍ଯ୍ୟ, ସମାଜ କଲ୍ୟାଣ, ସଂଖ୍ୟା ଲଘୁ କଲ୍ୟାଣ, ଛାତ୍ର କଲ୍ୟାଣ, ପରିବହନ, ଲଘୁ ସୁକ୍ଷ୍ମ ଓ ଉଦ୍ୟମ ବିଭାଗ, ଖଦି ଏବଂ ଗ୍ରାମୋଦ୍ୟଗ  ବିିିଭାଗରେ ଚନ୍ଦନ ରାମଦାସ,ପଶୁ ପାଳନ,ଦୁଗ୍ଧ ବିକାସ, ମତ୍ସ୍ୟ ପାଳନ, ଆଖୁ ଓ ଚିନି ଉଦ୍ୟୋଗ, ପ୍ରଟୋକଲ ଏବଂ ଦକ୍ଷତା ବିକାସ,  ସେବା ଯୋଜନା ଆଦି ବିଭାଗ ସୌରଭ ବହୁଗୁଣାଙ୍କୁ ଦିଆଯାଇଛି।

Spread the love