ରୁଷର ବୈଦେଶିକ ମନ୍ତ୍ରୀ ଦୁଇଦିନିଆ ଭାରତ ଗସ୍ତରେ

ନୂଆଦିଲ୍ଲୀ:  ଫେବ୍ରୁଆରୀ ୨୪ରେ ରୁଷ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରାଯିବା ପରଠାରୁ ଆଜି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ଦୁଇଦିନିଆ  ପ୍ରଥମ ଉଚ୍ଚସ୍ତରୀୟ ଭାରତ ଗସ୍ତ । ଲାଭରୋଭ ବର୍ତ୍ତମାନ ଦୁଇଦିନିଆ ଚୀନ୍‌ ଗସ୍ତରେ ଅଛନ୍ତି । ଚୀନ୍‌ରୁ ସେ ସିଧାସଳଖ ଭାରତରେ ପହଞ୍ଚିବା ସହିତ ବ୍ରିଟେନ୍‌ର ବିଦେଶ ସଚିବ ଲିଜ୍‌ ଟ୍ରୁସ୍‌ ଏବଂ ଆମେରିକାର ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ଦଲୀପ ସିଂହ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି ।

ୟୁକ୍ରେନ୍‌ ଉପରେ ହମ୍‌ଲାକୁ ନେଇ ରୁଷକୁ ବିଭିନ୍ନ ଦେଶ ନିନ୍ଦା କରିସାରିଥିବା ବେଳେ ଚୀନ୍‌ ଓ ଭାରତ ଚୁପ୍‌ ରହିଛନ୍ତି । ଜାତିସଂଘରେ ରୁଷ ବିରୋଧୀ ଭୋଟିଂରୁ ଭାରତ ବାରମ୍ବାର ଦୂରେଇବା ନେଇ ଆମେରିକା ଓ ବ୍ରିଟେନ୍‌ ଭଳି ଦେଶ ଭାରତକୁ ସମାଲୋଚନା କରୁଛନ୍ତି । ଏ ପରିସ୍ଥିତିରେ ଲାଭରୋଭଙ୍କ ଭାରତ ଗସ୍ତ ବେଶ୍‌ ଗୁରୁତ୍ୱ ବହନ କରୁଛି ।

Spread the love