ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରି କହିିଛନ୍ତି ଆଉ ୬ ମାସ ଅତିରିକ୍ତ ଚାଉଳ ବଣ୍ଟନ ବୃଦ୍ଧି କରାଯାଇଛି। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାସକୁ ୫ କେଜି ମାଗଣା ଚାଉଳ  ଆସନ୍ତା ସେପ୍ଟେମ୍ବର ପର୍ଯ୍ଯନ୍ତ ଏହି ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ୮ ଲକ୍ଷ ୯ ହଜାର ହିତାଧିକାରୀ ଉପକୃତ । ୬ ମାସ ଅତିରିକ୍ତ ଚାଉଳ ବଣ୍ଟନ ହେବା ଦ୍ୱାରା ରାଜ୍ୟ ସରକାର ୯୧ କୋଟି ୭୦ ଲକ୍ଷ ଟଙ୍କା ବହନ କରିବେ । ଏଥିପାଇଁ ଷ୍ଟେଟପୁଲରୁ ୨୪ ହଜାର ୨୭୦ ଟନ୍ ଚାଉଳ ଯୋଗାଇ ଦିଆଯିବ ।

Spread the love