୧୭୦୦ ଶିଶୁ ନିଖୋଜ

ଭୁବନେଶ୍ୱର  : ହଜିଯାଉଛି ଶିଶୁ ଏବଂ ପରିବାର ମୁହଁରୁ ହସ।  ତଥ୍ୟ ଅନୁସାରେ, ଝାରସୁଗୁଡାରେ ସର୍ବାଧିକ ୨୫୯ଶିଶୁ ନିଖୋଜ ହୋଇଥିବାବେଳେ ୧୫୦ ବାଳକ ଓ ୧୦୯ ବାଳିକା ରହିଛନ୍ତି। ଜଗତସିଂହପୁରରେ ୧୯୦, କୋରାପୁଟରେ ୧୧୬, ଭଦ୍ରକରେ ୧୪୭, ବଲାଙ୍ଗୀରରେ ୧୦୯, ଗଜପତିରେ ୧୨୯ ଏବଂ କେନ୍ଦ୍ରାପଡାରେ ୧୫୮ ଶିଶୁ ନିଖୋଜ ହୋଇଛନ୍ତି। ସେହିପରି ନୟାଗଡରେ ୬୧, ଯାଜପୁରରେ ୪୩, ଅନୁଗୋଳରେ ୫୨, କଟକରେ ୧୯, ବାଲେଶ୍ବରରେ ୨୩, ମୟୂରଭଞ୍ଜରେ ୯୩, ସୁନ୍ଦରଗଡରେ ୨୪, ବରଗଡରେ ୯୩, ପୁରୀରେ ୧୪, ଗଞ୍ଜାମରେ ୧୯, ଖୋର୍ଦ୍ଧାରେ ୨୪ ଏବଂ ନୂଆପଡାରେ ୯୭ ଶିଶୁ ନିଖୋଜ ରହିଛନ୍ତି। ଦେବଗଡ, ବୌଦ୍ଧ, କଳାହାଣ୍ଡି, ରାୟଗଡା, ସମ୍ବଲପୁର ଏବଂ କେନ୍ଦୁଝରରେ ଏହି ସଂଖ୍ୟା ଏକ ଅଙ୍କ ଭିତରେ ରହିଛି। ଢେଙ୍କାନାଳ, ନବରଙ୍ଗପୁର, ସୁବର୍ଣ୍ଣପୁର ଓ ମାଲକାନଗିରିରେ ଗୋଟିଏ ହେଲେ ପିଲା ନିଖୋଜ ହୋଇ ନ ଥିବା ତଥ୍ୟରୁ ଜଣାପଡିଛି। ନୟାଗଡ, ଜଗତସିଂହପୁର, ଭଦ୍ରକ ଓ ବଲାଙ୍ଗୀରରେ ବାଳକଙ୍କଠାରୁ ଅଧିକ ସଂଖ୍ୟାରେ ବାଳିକା ନିଖୋଜ ଥିବା ଜଣାପଡିଛି।ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ଯେ, କରୋନା ଯୋଗୁଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ଥିବାରୁ ବହୁ ପିଲା ଘରେ ରହି ମାନସିକ ଅବସାଦଗ୍ରସ୍ତ ହୋଇପଡ଼ୁଛନ୍ତି। ବହୁ ପରିବାରର ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ଶିଶୁମାନେ ଘର ଛାଡ଼ୁଛନ୍ତି। ଶିଶୁ ନିଖୋଜ ଘଟଣା ପଛରେ ଆହୁରି ଏକ କାରଣ ହେଉଛି ଘରୋଇ କାମ ସହ ଅନୈତିକ କାମରେ ନିୟୋଜିତ, ଇଟାଭାଟି ଭଳି ବିପଦପୂର୍ଣ୍ଣ ସ୍ଥଳରେ ଶିଶୁମାନେ କାମ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ନିଖୋଜ ପିଲାଙ୍କୁ ଖୋଜିବା ଏବଂ ବିପଦପୂର୍ଣ୍ଣ ସ୍ଥିତିରେ କାର୍ଯ୍ୟ କରୁଥିବା ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରି ଏକ ଉତ୍ତମ ପରିବେଶରେ ପରିପାଳନ କରିବା ଲାଗି ଅପରେସନ୍‌ ମୁସ୍କାନ୍, ସ୍ମାଇଲ୍‌ ଓ ପରୀ ଭଳି ଯୋଜନାମାନ ଅଣାଯାଇଛି; କିନ୍ତୁ ସେଗୁଡିକ ସଠିକ କାର୍ଯ୍ୟକାରୀ ହେଉନାହିଁ। ସେହି ପିଲାଙ୍କୁ ଆଣି ଭିକ୍ଷାବୃତ୍ତି,ବେଆଇନ କାର୍ଯ୍ୟରେ ବ୍ୟବହାର କରିବା। ଶିଶୁ ଆୟୋଗ ଓ ରାଜ୍ୟ ସରକାର ଏପରି ଘଟଣା ନିୟନ୍ତ୍ରଣକୁ ଆଣିବାକୁ ନୂତନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ସମାଜସେବୀ ଘାସିରାମ ପଣ୍ଡା କୁହନ୍ତି ପାରିବାରିକ ଅଶାନ୍ତି ଯୋଗୁଁ ଅଧିକାଂଶ ଶିଶୁ ଘରଛାଡି ପଳାଇବା କିମ୍ବା ନିଖୋଜ ହେଉଛନ୍ତି। ନିର୍ଯାତନାର ସମ୍ମୁଖୀନ ହେଉଥିବା ଶିଶୁମାନେ ବାଧ୍ୟହୋଇ ଘରୁ ପଳାଉଛନ୍ତି। ଅନ୍ୟପଟେ ନିଶାଗ୍ରସ୍ତ ଓ ଆର୍ଥିକ ସମସ୍ୟା ଯୋଗୁଁ ପିଲାମାନେ ନିଖୋଜ ହେଉଛନ୍ତି। କରୋନା ପରେ ପାରିବାରିକ ସମସ୍ୟା ବଢ଼ିଥିବାରୁ ଅଧିକ ପିଲା ରାଜ୍ୟ ବାହାରକୁ ଯାଉଥିବା ଜଣାପଡିଛି ପରିବାର ମୁହଁରୁ।

Spread the love