ନାବାଳିକାଙ୍କୁ ଦୁଷ୍କର୍ମ କରୁଛନ୍ତି ଓ ମହିଳାଙ୍କ ମରଶରୀରେ ଛକି ପକାଉଛନ୍ତି ଋଷ ସୈନିକ; ୟୁକ୍ରେନ୍ ସାଂସଦଙ୍କ ଅଭିଯୋଗ

ନୂଆଦିଲ୍ଲୀ: ଋଷ ସେନା ଉପରେ ସାଂଘାତିକ ଅଭିଯୋଗ ଲଗାଇଲା ୟୁକ୍ରେନ୍‌। ନାବାଳିକାଙ୍କୁ ଦୁଷ୍କର୍ମ କରୁଛନ୍ତି ଋଷ ସୈନିକ। ଖାଲି ସେତିକି ନୁହେଁ, ଯୁଦ୍ଧରେ ପ୍ରତିଷ୍ଠିତ ମହିଳାଙ୍କ ମରଶରୀରରେ ଛକି ଚିହ୍ନ ଦାଗ ଦିଆଯାଉଛି। ଏନେଇ ୟୁକ୍ରେନର ଜଣେ ବରିଷ୍ଠ ସାଂସଦ ଲେସିଆ ଭାସ୍‌ଲେଙ୍କ ଅଭିଯୋଗ କରିଛନ୍ତି।

ଏନେଇ ସେ ସୋମବାର ଟ୍ୱିଟ୍ କରି କହିଛନ୍ତି ଯେ ଚୀନ ସେନା ୧୦ ବର୍ଷର ନାବାଳିକା ଓ ପ୍ରତିଷ୍ଠିତ ମହିଳାଙ୍କ ମୃତ ଶରୀର ସହିତ ଦୁଷ୍କର୍ମ କରୁଛନ୍ତି। ଫଳରେ ନାବାଳିକାମାନେ ସମ୍ବେଦନଶୀଳ ଅଙ୍ଗରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଅନ୍ୟପଟେ ମହିଳାମାନଙ୍କର ଶରୀରରେ ଛକି ଚିହ୍ନ ଦିଆଯାଇଥିବା ଦେଖିବାକୁ ମିଳିଛି। ମହିଳାମାନଙ୍କର ମୃତ ଶରୀରରେ ଯେଉଁସବୁ ହୁକର ଦାଗ ଦିଆଯାଇଛି ସେଥିରେ ଭାରତୀୟ ଚିହ୍ନ ସ୍ୱସ୍ତିକର ଦାଗ ରହିଥିବା ଦେଖିବାକୁ ମିଳିଛି ବୋଲି ୟୁକ୍ରେନ୍ ସାଂସଦ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଋଷ ସେନା ଉପରେ ଅଭିଯୋଗ ଲଗାଇ ଲେସିଆ କହିଛନ୍ତି ଯେ ଋଷ ସେନା ୟୁକ୍ରେନ୍‌ର ଝିଅ ବୋହୂମାନଙ୍କୁ ଲୁଟ୍ କରିବା ଓ ଦୁଷ୍କର୍ମ କରି ହତ୍ୟା କରିବା ଭଳି କାମ କରୁଛି। ଋଷ ଓ ଏକ ଅନୈତିକ ଅପରାଧିକ ଦେଶ ବୋଲି କହିଛନ୍ତି ୟୁକ୍ରେନ୍ ସାଂସଦ।

ଏପରି ଟ୍ୱିଟ୍ କରିବା ସହିତ ସେ ଏକ ଦୁଷ୍କର୍ମ ପୀଡ଼ିତା ମୃତ ମହିଳାଙ୍କ ଫଟୋଗ୍ରାଫ୍ ମଧ୍ୟ ପୋଷ୍ଟ କରିଛନ୍ତି। ଲେସିଆ ଟ୍ୱିଟ୍ କରି ଲେଖିଛନ୍ତି “ମୁଁ ଅବାକ। ମୋ ମାନସିକାତ ବର୍ତ୍ତମାନ ଭୟ, କ୍ରୋଧ ଓ ଘୃଣାରେ ପାରାଲାଇଜ ହୋଇଯାଇଛି।” ପୋଷ୍ଟ ସହିତ ସେ ହ୍ୟାସ୍ ଟ୍ୟାଗ୍ ଦେଇଛନ୍ତି #ଷ୍ଟପଜେନୋସାଇଡ୍ #ଷ୍ଟପପୁଟିନନାଓ ।

Spread the love