କର୍ମଚାରୀଙ୍କୁ ସାଇକେଲ ଗିଫ୍ଟ କଲା ଚେନ୍ନାଇ କମ୍ପାନୀ

ଚେନ୍ନାଇ: ପ୍ରତିଦିନ ବଢ଼ୁଥିବା ତୈଳ ଦର ଦେଖି ଚେନ୍ନାଇ ସ୍ଥିତ ମନାଲି ଜିଲ୍ଲାରେ ଥିବା କୋଠାରୀ ପେଟ୍ରୋକିମିକାଲ କମ୍ପାନୀର ମାନୁଫାକ୍ଚରିଂ ୟୁନିଟ୍ ନିଜ କମ୍ପାନୀ କର୍ମଚାରୀଙ୍କୁ ଆଶ୍ୱସ୍ତ କରିବା ଲାଗି ହରକ୍ୟୁଲସ୍‌ ବ୍ରାଣ୍ଡର ପ୍ରାୟ ୧୪୨ଟି ନୂଆ ସାଇକେଲ କିଣି  ଗିଫ୍ଟ କରିିିଛି। କୋଠାରୀ କେମିକାଲ କମ୍ପାନୀ ପକ୍ଷରୁ ଏହି ସାଇକେଲ ବଣ୍ଟନ କରାଯାଇଥିବା ବେଳେ ବଡ଼ ବଡ଼ କମ୍ପାନୀଙ୍କୁ ଏଭଳି କରିବାକୁ ପ୍ରେରିତ କରିବ ବୋଲି ଆଶା କରାଯାଉଛି ।ମୋଟର ଯାନ ବ୍ୟବହାର ଦ୍ୱାରା ବାୟୁ ଏବଂ ଶଦ୍ଦ ମଧ୍ୟ ପ୍ରଦୂଷଣ ହୋଇଥାଏ  । ବଡ଼ ବଡ଼ ଦେଶମାନେ ମଧ୍ୟ ବିଭିନ୍ନ କଟକଣା ଲାଗୁ କରିବା ସହ ବାର୍ଷିକ ପ୍ରଦୂଷଣ ହାର ହ୍ରାସ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହା ସହିତ ଅଟୋମୋବାଇଲରୁ ଇଲେକ୍ଟ୍ରିକ୍ ବାହାନକୁ ପରିବର୍ତ୍ତନ ହେବାର ମଧ୍ୟ ପ୍ରୟାସ ଆରମ୍ଭ ହୋଇଗଲାଣି, ଯାହା ଦ୍ୱାରା ଏହି ପ୍ରଦୂଷଣ ହାର ହ୍ରାସ କରାଯାଇପାରିବ।  ତୈଳଦର ଯୋଗୁଁ ସାଇକେଲ ଚଳାଇବା ଦ୍ୱାରା ଆର୍ଥିକ ବୋଝ ମଧ୍ୟ କମିବ ଏହା ଶରୀରକୁ ମଧ୍ୟ ସୁସ୍ଥ ରଖିବ । ଏଣୁ ସାଇକେଲ ଚଲେଇବାକୁ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ଦିଗରେ କମ୍ପାନୀ ପକ୍ଷରୁ ଏଭଳି କରାଯାଇଛି । କମ୍ପାନୀ ଗ୍ରୀନ୍ ସାେଲୁସନ୍‌କୁ ପ୍ରୋତ୍ସାହିତ କରୁଥିବା ବେଳେ ଅଫିସ୍ ଯିବା ଆସିବା ନେଇ ସାଇକେଲ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛି । ଏହା ସହିତ କର୍ମଚାରୀଙ୍କୁ ସପ୍ତାହରେ ଅନୁନ୍ୟ ଥରେ ସାଇକେଲରେ ଆସିବାକୁ କହିଛି । ଏହା ସହ ଫିଟ୍ ରହିବା ପାଇଁ ସାଇକେଲିଂ ହେଉଛି ସବୁଠାରୁ ଶସ୍ତା ଉପାୟ ।

Spread the love