ଚୀନରେ ସଂକ୍ରମଣର ରେକର୍ଡ ଭାଙ୍ଗିଲା କରୋନା

ନୂଆଦିଲ୍ଳୀ: ଭାରତରେ ସିନା କରୋନା ସଂକ୍ରମଣ ଟିକେ କମ କିନ୍ତୁ ଚୀନରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  କରୋନା ସଂକ୍ରମଣ କାରଣରୁ ବର୍ତ୍ତମାନ ଚୀନର ସ୍ଥିତି ଖରାପ ହେବାର ଲାଗିଛି । ଗତ ୨୪ ଘଣ୍ଟାରେ ଚୀନରେ ୧୬ହଜାର ୪୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପ୍ରାୟ ଦୁଇବର୍ଷର ରେକର୍ଡ ଭାଙ୍ଗିଛି ବୋଲି କୁହାଯାଉଛି ।କେବଳ ସାଂଘାଇରୁ ୮ ହଜାର ୫୮୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । କରୋନା ଦ୍ରୁତ ଗତିରେ ବ୍ୟାପୁଥିବାରୁ ସାଂଘାଇର ଡାକ୍ତରଖାନା ଗୁଡ଼ିକରେ ଶଯ୍ୟା ଖାଲି ରହୁନାହିଁ । ଏହା ସତ୍ତ୍ବେ ସାଂଘାଇରେ କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନଥିବା ଚୀନ ଦାବି କରିଛି ।ସେପଟେ ଦ୍ରୁତ ଭାବେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଚୀନର ସ୍ଥିତି ସଂଗୀନ ହେଲାଣି । ବିଭିନ୍ନ ସ୍ଥାନରେ ତାଲାବନ୍ଦ ହେବା ସହ ରାଜଧାନୀ ସାଂଘାଇରେ ମଧ୍ୟ ଲକଡାଉନ କଟକଣା ଲଗାଯାଇଛି । ମାର୍ଚ୍ଚ ୨୮ରୁ ଚୀନ ସରକାର ତାଲାବନ୍ଦର ଦ୍ବିତୀୟ ପର୍ଯ୍ୟାୟ କଟକଣା ଲଗାଇଥିଲେ । ତାହା ସହ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଦେଇଥିଲେ । ଯେଉଁମାନେ ନିୟମ ଭଙ୍ଗ କରିବେ ସେମାନଙ୍କ ବିରୋଧରେ ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।  କରୋନା ଯୋଗୁ ଚୀନର ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ମଧ୍ୟ ବିଶେଷ ପ୍ରଭାବ ପଡ଼ୁଛି । କରୋନା ସଂକ୍ରମଣ କାରଣରୁ ଚୀନ ବିଦେଶକୁ ସାମଗ୍ରୀ ରପ୍ତାନୀ ବନ୍ଦ କରିଛି ।

Spread the love