ମୁମ୍ବାଇରୁ ପ୍ରଥମ ନୂଆ ଭାରିଆଣ୍ଟ XE ଚିହ୍ନଟ

ମୁମ୍ବାଇ: କରୋନା ସଂକ୍ରମଣର ନୂଆ ଭାରିଆଣ୍ଟ XE ଏବେ ଚିନ୍ତା ବଢାଉଛି।ରିପୋର୍ଟ ଅନୁଯାୟୀ, ଜିନୋମ ସିକ୍ୱେନ୍ସିଂ ସମୟରେ ମୋଟ୍ ୩୭୬ ଜଣଙ୍କର ନମୁନା ଯାଇଥିଲା । ଯେଉଁଥିରେ ୨୩୦ ଜଣ ମୁମ୍ବାଇର ଥିଲେ।ସେହି ୨୩୦ ମଧ୍ୟରୁ ୨୨୮ ନମୁନା ଓମିକ୍ରନର ହୋଇଥିବା ବେଳେ ଗୋଟିଏ କାପା ଓ ଗୋଟିଏ XE ଭାରିଆଣ୍ଟ ଚିହ୍ନଟ ହୋଇଛି ।

ତେବେ ନିକଟ ଅତୀତରେ କୋଭିଡର ନୂଆ ଭାରିଆଣ୍ଟ XE ଓମିକ୍ରନର ସବ୍ ଭାରିଆଣ୍ଟ BA.୨  ଅପେକ୍ଷା XE ଭାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କହିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

କୋଭିଡର ଦ୍ୱିତୀୟ ମ୍ୟୁଟାଣ୍ଟ ଷ୍ଟ୍ରେନ ଭାବେ ପରିଚିତ XE । ବିଶ୍ୱର ବିଭିନ୍ନ ଦେଶରେ ଏବେ BA.୨ର ଉତ୍ପାତ ଜାରି ରହିଥିବାବେଳେ XE ଭାରିଆଣ୍ଟ BA.୧ ଓ BA.୨ର ଏକ ମ୍ୟୁଟାଣ୍ଟ ହାଇବ୍ରିଡ ବୋଲି ଚିହ୍ନଟ କରାଯାଇଛି ।

Spread the love