ଗୁରୁବାର ଗଣପତିଙ୍କୁ ପୂଜା କରନ୍ତୁ, ମିଳିବ ଶୁଭ ଫଳ

ଗୁରୁବାର ଦିନ ଗଣେଶଜୀଙ୍କୁ ସମର୍ପିତ ଅଟେ | ଏହି ଦିନ ବିଧି ବିଧାନ ସହ ଭଗବାନ ଗଣେଶଙ୍କୁ ପୂଜା କଲେ ଭକ୍ତର ସବୁ ଦୁଃଖ ଦୂର ହେବା ସହ ମନସ୍କାମନା ପୂର୍ଣ ହୋଇଥାଏ | ହିନ୍ଦୁ ଧର୍ମରେ ଯେ କୌଣସି ଶୁଭ କାମ ଆରମ୍ଭରେ ଗଣେଶଙ୍କୁ ପୂଜା କରାଯାଇଥାଏ | ତେଣୁ ଗୁରୁବାର ଦିନ ଏହିସବୁ ଉପାୟ କରିବା ଦ୍ୱାରା ଗଣେଶଜୀଙ୍କ କୃପା ସହଜରେ ମିଳିଥାଏ | ଆସନ୍ତୁ ଜାଣିବା କଣ ସେହି ଉପାୟ |

ଗୁରୁବାର କରନ୍ତୁ ଏହି ଉପାୟ :

ଗୁରୁବାର ଦିନ ସବୁଜ ରଙ୍ଗ ଜିନିଷର ପ୍ରୟୋଗ ଶୁଭ ମାନାଯାଇଥାଏ | ବୁଧ ଗ୍ରହ କମଜୋର ଥିଲେ ବ୍ୟକ୍ତି ପାଖରେ ସବୁଜ ରଙ୍ଗର କପଡା ବା ରୁମାଲ ରଖନ୍ତୁ | ଏହି ଦିନ କୌଣସି ଗରିବ ଲୋକକୁ ସବୁଜ ମୁଗ ଡାଲି ଦାନ କରନ୍ତୁ |

ଗଣେଶଜୀଙ୍କୁ ବୁଦ୍ଧିର ଠାକୁର ବୋଲି କୁହାଯାଏ | ଗଣେଶଜୀଙ୍କୁ ଦୁବ ବହୁତ ପସନ୍ଦ | ପ୍ରତି ଗୁରୁବାର ଗଣେଶଜୀଙ୍କୁ ଦୁବ ଅର୍ପଣ କରନ୍ତୁ | ଜୀବନର ସବୁ ଅସୁବିଧା ଦୂର ହେଵା ସହ ଗଣେଶଜୀଙ୍କ ଆଶୀର୍ବାଦ ମିଳିବ |

 ଶାସ୍ତ୍ରରେ ଉଲ୍ଲେଖ ଯେ ଭଗବାନ ଗଣେଶଜୀଙ୍କୁ ଲଡୁ ଓ ମୋଦକ ବହୁତ ପସନ୍ଦ | ଭଗବାନ ଗଣେଶଜୀଙ୍କୁ ଲଡୁ ଓ ମୋଦକ ଅର୍ପଣ କଲେ ବିଶେଷ କୃପା ମିଳିଥାଏ |

ଗଣେଶଜୀଙ୍କୁ ସମି ଗଛ ବହୁତ ପସନ୍ଦ | ତେଣୁ ଗୁରୁବାର ଗଣେଶଜୀଙ୍କୁ ସମି ଗଛ ଅର୍ପଣ କଲେ ଘରେ ଧନ-ଧାନ୍ୟ ପ୍ରାପ୍ତି ହୋଇଥାଏ |

Spread the love