ଶୀତଲ ଆଗ୍ରୋ ଇନପୁଟ୍ ପ୍ରାଇଭେଟ୍ ଲିମିଟେଡର ୨ ଗିରଫ

ଭୁବନେଶ୍ୱର: ସୂଚନା ଅନୁଯାୟୀ, ଚାଷୀ ଓ ହିତାଧିକାରୀଙ୍କୁ ସରକାରୀ ସବ୍‌ସିଡି ଦେବା ନାଁରେ ହଡ଼ପ ହୋଇଛି ୬କୋଟି ୮୧ଲକ୍ଷ ଟଙ୍କା । ରାଜ୍ୟର ୧୯ଟି ଜିଲ୍ଲାର ଚାଷୀଙ୍କ ଠାରୁ ସବ୍‌ସିଡି ହଡ଼ପ ହୋଇଥିବା EOWର ସୂଚନା।  ଶୀତଲ ଆଗ୍ରୋ ଇନପୁଟ୍ ପ୍ରାଇଭେଟ୍ ଲିମିଟେଡର ୨ ନିର୍ଦ୍ଦେଶକ ମାନସ ରଞ୍ଜନ ଦାସ ଓ ତାପସ କୁମାର ଦାସଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW। ଅନ୍‌ଲାଇନରେ ସବ୍‌ସିଡି ଦେବା, ବିକ୍ରି, ଯନ୍ତ୍ରପାତି କ୍ଷେତ୍ରରେ ଅନିୟମିତତା, ବିଭିନ୍ନ କାଗଜପତ୍ର, ସରକାରୀ ବିଲ୍, ମେସିନ୍ କିଣା ନାଁରେ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।

Spread the love