ଫୁଲବାଣୀ ମ୍ୟୁନିସିପାଲ୍‌ଟିରେ ବାଜି ମାରିଲା ବିଜେଡି

ଫୁଲବାଣୀ ୦୭/୦୪: ଫୁଲବାଣୀ ମୁନିସପାଲଟିର ଉପାଧ୍ୟକ୍ଷା ହେଲେ ମହିଳା ବିଜେଡି ନେତ୍ରୀ ପାୟଲ ବେହେରା । ୯ ନମ୍ବର କାଉନସିଲରଙ୍କୁ ଦଳ ଉପାଧ୍ୟକ୍ଷା ପଦବୀରେ ବସାଇଛି । ସବୁ ଦୃଷ୍ଟିକୁ ବିଚାରକୁ ନେଇ ଦଳ ପାୟଲଙ୍କୁ ଉପାଧକ୍ଷା କରିଥିବା ଜଣାପଡିଛି । ପାୟଲ ସର୍ବାଧିକ ୧୧୦୦ ରୁ ଉର୍ଦ୍ଧ୍ଵ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ଦଳର ଅଧ୍ୟକ୍ଷା ପ୍ରାର୍ଥୀଙ୍କୁ ଅଧିକ । ସମର୍ଥନ ଦେଇ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ ।

ସେ ଜଣେ ଦକ୍ଷ ସଂଗଠିକା ମଧ୍ୟ । ସେ ଘର କୋଣରେ ନ ରହି ମହିଳାମାନଙ୍କ ସ୍ଵାର୍ଥରକ୍ଷା ସହ ସାମୁହିକ ବିକାଶ କରିବାଲାଗି ଆଗେଇ ଆସିଥିଲେ । ବିଜେଡି ମହିଳା ସଂଗଠନ ଅଧିକ ଶକ୍ତିଶାଳୀ ଯେପରି ହେବ ସେଥି ପ୍ରତିନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରି ଆସୁଥିଲେ । ତାଙ୍କ ସ୍ଵାମୀ ମଧ୍ୟ ବିଜେଡିର ଜଣେ ଭଲ ସଂଗଠକ ।

ସମସ୍ତ କାଉନସିଲରମାନଙ୍କ ସମର୍ଥନ ମଧ୍ୟ ପାୟଲଙ୍କ ପ୍ରତି ରହିଥିଲା, ଏଥି ସହ ଦୁଇ ଜଣ ସ୍ଵାଧୀନ କାଉନସିଲର ମଧ୍ୟ ପାୟଲଙ୍କୁ ସମର୍ଥନ ଦେଇଥିଲେ । ବିଜୟୀ ହେବାପରେ ସହରର ଜନସାଧାରଣଙ୍କ ସାମୁହିକ ବିକାଶ ସଙ୍ଗେ ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ମୋର ପ୍ରଥମ କାର୍ଯ୍ୟ ହେବ ବୋଲି କହିଛନ୍ତି ନବନିର୍ବାଚିତ ଉପାଧ୍ୟକ୍ଷ ।

ବିଜୟୀ ହେବାପରେ ପାୟଲ ଦଳର ସଂସଦ, ମନ୍ତ୍ରୀ ତଥା ପ୍ରଭାରୀ ପ୍ରତାପ ଜେନା, ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ଅଙ୍ଗଦ କହଁର ଓ ସମସ୍ତ ଦଳିୟ ନେତା ଓ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି l

Spread the love