ବ୍ରେକଫାଷ୍ଟ ମିଟିଂରେ ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ, ଦଳର ସାଂଗଠନିକ ସ୍ଥିତି ମଜବୁତ ଲକ୍ଷ୍ୟ

ନୂଆଦିଲ୍ଲୀ ୦୭/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶେଷ ହୋଇଛି breakfast ବୈଠକ । ବିଭିନ୍ନ ବିଷୟରେ ସାଂସଦଙ୍କୁ ଆଲୋଚନା ମାଧ୍ୟମରେ ଗୁରୁମନ୍ତ୍ର ଦେଇଛନ୍ତି ମୋଦି । ତେବେ ବୈଠକରେ ପରେ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା । ସେ କହିଛନ୍ତି ମୋଦି ଏମିତି ସମସ୍ତଙ୍କ ସହ ସାକ୍ଷାତ କରିଥାନ୍ତି ।

କଥାବାର୍ତ୍ତା ଏବଂ ଆଲୋଚନା ମାଧ୍ୟମରେ ଦଳକୁ କିପରି ସକ୍ରିୟ ରଖିବା ତାହା ପାର୍ଟିର ଦାୟିତ୍ଵ । ତାକୁ କିପରି ସୁଦୃଢ କରିବେ, ଲୋକଙ୍କୁ ସେବା ଯୋଗାଇଦେବା କଥା । ସାଂଗଠନିକ ସ୍ଥିତିକୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ନେଇ ଚର୍ଚ୍ଚା ଆଲାଚୋନା କରିଥିଲେ । କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ ସମସ୍ତଙ୍କ ବ୍ୟକ୍ତିଗତ ପ୍ରସଙ୍ଗ ଥିଲା ।

ବିଜେପି ଗୋଟେ ପରିବାର ଏବଂ ପରିବାର ମୁଖିଆ ହିସାବରେ ସେ ଆମକୁ ପ୍ରେରିତ କରିଥିଲେ । ସଂଗଠନ ବିଷୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ jp nadda ମହାମନ୍ତ୍ର ଦେଇଛନ୍ତି । ତେବେ ସାଂସଦ ହିସାବରେ ନିଜ କ୍ଷେତ୍ରରେ କିପରି ଲୋକଙ୍କ ବିଶ୍ୱାସ ଭାଜନ ହେବ ସେ ନେଇ ଗୁରୁ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Spread the love