ତାତି ସାଙ୍ଗକୁ ବଢୁଛି ଲେମ୍ବୁ ଦର

ଦେଶର ବିଭିନ୍ନ ରାଜ୍ଯରେ ଏବେ ଲେମ୍ବୁ ଦର ଆକାଶଛୁଆଁ ହୋଇଛି। ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ଲେମ୍ବୁର ଚାହିଦା ବଢିବାରେ ଲାଗିଛି। ଏଭଳି ସ୍ଥିତରେ ଲେମ୍ବୁ ଦର ବୃଦ୍ଧି ପାଇବାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢିଛି।  ଚୈତ୍ର ନବରାତ୍ରି ଓ ରମଜାନ ସମୟରେ ଲେମ୍ବୁ ଦର ବୃଦ୍ଧି ଗଭୀର ଜନ ଅସନ୍ତୋଷ ସୃଷ୍ଟି କରିଛି । ଗୁଜରାଟ, ରାଜସ୍ଥାନ ଓ ରାଜଧାନୀ ଦିଲ୍ଲୀରେ ଲେମ୍ବୁ ଦର ଅହେତୁକ ଭାବେ ବଢିଛି। ଦକ୍ଷିଣ ଭାରତରେ ବି ସମାନ ସ୍ଥିତି ରହିଛି। ପଶ୍ଚିମ ଓ ଉତ୍ତର ଭାରତରେ ଲେମ୍ବୁ ଦର ଏବେ କିଲୋ ପ୍ରତି ୨ ଶହ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ସେହିଭଳି ଦିଲ୍ଲୀ ଭଳି ସହରରେ ଲେମ୍ବୁ କିଲୋ ପ୍ରତି ୭୦ରୁ ୪୦୦ ଟଙ୍କାରେ ପହଞ୍ଚିଛି। ମହଙ୍ଗା ମାଡ଼ରେ ଖାଉଟି ଅତିଷ୍ଠ ହୋଇଥିବା ବେଳେ ଖରା ତାତି ସାଙ୍ଗକୁ ଏବେ ଦାଉ ସାଧିଛି ଲେମ୍ବୁ ଦର।

Spread the love