ଫାଷ୍ଟଫୁଡ : ତାଓ୍ୱାରେ ଶୋଇଛି ବୁଲା କୁକୁର…

ଭୁବନେଶ୍ୱର ୦୮।୦୪: ଫାଷ୍ଟ ଫୁଡ଼୍‌ । ଜଲ୍‌ଦି ଆସ, ଜଲ୍‌ଦି ଖାଇ ଦେଇ ଚାଲିଯାଆନ୍ତି। ସଂଧ୍ୟା ନଇଁଲେ ରାଜଧାନୀର ବିଭିନ୍ନ ଫାଷ୍ଟଫୁଡ଼ ଦୋକାନରେ ଲାଗେ ଭିଡ଼ । ରୋଲ୍‌, ଚାଓମିନ୍‌, ଚିକେନ୍‌ ପକୋଡ଼ା, ଚିକେନ୍‌ କବାବ, ବିରିୟାନୀ ଠୁ ଆରମ୍ଭ କରି ବିଭିନ୍ନ ସ୍ୱାଦୀଷ୍ଟ ଜଙ୍କ ଫୁଡ୍‌କୁ ଚଟାପଟ କିଣି ଖାଇଥାନ୍ତି ଯୁବପୀଢି । ଆପଣ ଭାବିଛନ୍ତି କି ଦୋକାନୀ କେମିତି ପରସିଥାନ୍ତି ଏହି ସବୁ ସ୍ୱାଦୀଷ୍ଟ ଜଙ୍କ ଫୁଡ଼୍‌ । ତେବେ ଏଭଳି ସମୟରେ ଏକ ଫଟୋ ଭାଇରାଲ ହେଉଛି । ଯାହାକୁ ନେଇ ଫାଷ୍ଟଫୁଡ଼ ଖାଦ୍ୟର ସ୍ୱଚ୍ଛତା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏକ ବୁଲ୍‌ କୁକୁର କିଭଳି ଦୋକାନ ବନ୍ଦ ହୋଇଯିବା ପରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ଏକ ଚାଓମିନ୍‌ ତାଓ୍ୱାରେ ଶୋଇଥିବାର ଏକ ଫଟୋ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି ।     

ସୂଚନାଯୋଗ୍ୟ ଯେ, ସ୍ମାର୍ଟ ରାଜଧାନୀର ସ୍ମାର୍ଟ ଚିତ୍ର । ଦୋକାନ ବନ୍ଦ ପରେ ତାଓ୍ୱା ଶୋଉଛି କୁକୁର । ଏଭଳି ଏକ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭୁବନେଶ୍ୱରରେ  ଏକ ପ୍ରସିଦ୍ଧ ଫାଷ୍ଟଫୁଡ଼ ଦୋକାନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାରେ ଏକ ବୁଲା କୁକୁର ଦୋକାନ ବନ୍ଦ ହେବା ହୋଇଯିବା ପରେ ଫାଷ୍ଟଫୁଡ଼ ଦୋକାନର ତାଓ୍ୱାରେ ଉପରେ ଶୋଇଥିବା ଦେଖିବାକୁ ମିଳିଛି । ଏପିରିକି ସେଠାରେ କୌଣସି ଦୋକାନୀ କର୍ମଚାରୀଙ୍କୁ ଦେଖିବାକୁ ମିଳିନାହିଁ । 

Spread the love