ପ୍ରକାଶ ପାଇଲା ଓଟିଇଟି ପରୀକ୍ଷାଫଳ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୧(ଦ୍ବିତୀୟ ପର୍ଯ୍ୟାୟ) ଫଳ ପ୍ରକାଶ ପାଇଛି। ଓଟିଇଟି ପରୀକ୍ଷା ଫଳ ପରୀକ୍ଷାର୍ଥୀମାନେ ନିଜର ରୋଲନମ୍ବର ଓ ଜନ୍ମ ତାରିଖ ଦେଇ  ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ ସାଇଟ୍​ର www.bseodisha.ac.in  ଲଗ- ଇନ କରି ଦେଖି ପାରିବେ। ସେହିପରି ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ ସାଇଟ୍​ର www.bseodisha.ac.inରୁ ଆସନ୍ତା ୧୩ ତାରିଖରେ ଦିନ ୧ଟା ପରେ ଛାତ୍ରଛାତ୍ରୀମାନେ ଓଏମଆର ସିଟର ସ୍କାନ କପି ଡାଉନ ଲୋଡ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Spread the love