ଆଜିର ରାଶିଫଳ

ମେଷ: ନକାରାତ୍ମକ ଚିନ୍ତା ତ୍ୟାଗ କରନ୍ତୁ ନହେଲେ କାମ ହାସଲ ହେବ ନାହିଁ। ଆୟର କିଛି ଅଂଶ ଅସହାୟ କିମ୍ବା ଗରୀବ ବ୍ୟକ୍ତିଙ୍କୁ ଦାନ ଦିଅନ୍ତୁ। ଚାକିରି, ଶିକ୍ଷା ଓ କାରବାରରେ ଉନ୍ନତିର ଯୋଗ ରହିଛି।

ବୃଷ: ପୂର୍ବ ବିବାଦ ସମାପ୍ତ ହେବ। ଆପଣଙ୍କର ଆତ୍ମବିଶ୍ବାସ ବଢ଼ିବ। ଚାକିରିଆମାନେ ନୂଆ କାମ ଅନ୍ବେଷଣ କରିବେ। ଆପଣଙ୍କ ସରଳତା ନେଇ ପ୍ରିୟ ବନ୍ଧୁ ଖୁସି ରହିବେ।

ମିଥୁନ: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ଅହଂକାର ଉପରେ ନିୟନ୍ତ୍ରଣ ରଖନ୍ତୁ। ଘର ଲାଗି ନୂଆ ଜିନିଷ କିଣିବେ। ପ୍ରେମ ନିବେଦନ ଲାଗି ଦିନଟି ଭଲ।

କର୍କଟ: ଧ୍ୟାନ-ଯୋଗ କରନ୍ତୁ ଏହା ଦ୍ବାରା ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଦୂର ସ୍ଥାନକୁ ଯିବାର ଯୋଗ ରହିଛି।କାହା ଆଗରେ ଗୋପନୀୟ ତଥ୍ୟ ପ୍ରଘଟ କରନ୍ତୁ ନାହିଁ।

ସିଂହ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସମସ୍ୟା ସମାଧାନ କରିବା ଦିଗରେ ଯତ୍ନଶୀଳ ହେବେ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ପରିବାର ଖୁସି ରହିବେ।

କନ୍ୟା: ଆଳସ୍ୟ ତ୍ୟାଗ କରନ୍ତୁ ନହେଲେ କାମ ସଫଳ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଆପଣଙ୍କ ଖ୍ୟାତି ବଢ଼ିବ। ଛାତ୍ରମାନେ ପରିଶ୍ରମ ଅନୁସାରେ ଯଥେଷ୍ଟ ସଫଳତା ପାଇବେ।

ତୁଳା: ଅଳ୍ପ ସମସ୍ୟା ରହିବ, ହେଲେ ଚିନ୍ତା କରନ୍ତୁ ନାହିଁ ସନ୍ଧ୍ୟା ବେଳକୁ ସବୁ ଠିକ୍ ହୋଇଯିବ। କ୍ୟାରିୟର ଗଢ଼ିବା ପାଇଁ ସୁଯୋଗ ଆସିବ। ଜୀବନସାଥୀଙ୍କ ନାମରେ ବାହନ କିଣି ପାରନ୍ତି।

ବିଛା: ବନ୍ଧୁଙ୍କର ସାହାଯ୍ୟ ପାଇବେ। ଲକ୍ଷ୍ୟସ୍ଥଳରେ ଅଗ୍ରସର ହେବେ। ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ବୈବାହିକ ଜୀବନରେ ଆବେଗ,ଅସୁବିଧା ସମାପ୍ତ ହେବ।

ମକର: ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଅଜଣା ବ୍ୟକ୍ତିଙ୍କୁ ଅଧିକ ଭରସା କରନ୍ତୁ ନାହିଁ। ନବ ଦମ୍ପତ୍ତି ଭବିଷ୍ୟତ ନେଇ ଯୋଜନା କରିବେ।

କୁମ୍ଭ: ଜ୍ଞାନ ଓ ବୁଦ୍ଧି ବଳ ପ୍ରୟୋଗ କରନ୍ତୁ, ସଫଳତା ପାଇବେ। ଜମି କିଣାବିକାରେ ଲାଭ ହେବ। ଚାକିରିଆଙ୍କୁ ଭଲ ସୁଯୋଗ ମିଳିବ। ନୂଆ ପ୍ରେମ ସମ୍ପର୍କ ଆରମ୍ଭର ସମ୍ଭାବନା ଅଛି।

ମୀନ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଆପଣଙ୍କ ସମ୍ମୁଖକୁ କୌଣସି ନୂଆ ଯୋଜନା ଆସିପାରେ।

Spread the love