ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ନିକୋବର ଦ୍ୱୀପପୁଞ୍ଜ । ଆଜି ସକାଳ ୭ଟା ୨ ମିନିଟରେ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ଥିବା ଜଣାପଡ଼ିଛି । ଭୂମିକମ୍ପ ହେବା ସମୟରେ ସମସ୍ତ ଲୋକ ଘରୁ ବାହାରି ବାହାରକୁ ଚାଲିଆସିଥିଲେ ଏବଂ ଲୋକଙ୍କ ମଧ୍ୟରେ ଭୂକମ୍ପକୁ ନେଇ ଆତଙ୍କ ଦେଖାଦେଇଥିଲା । ହେଲେ ଏଥିରେ କାହାର କୌଣସି କ୍ଷତି ଘଟିନାହିଁ କି ସମ୍ପତ୍ତି ହାନୀ ହୋଇ ନାହିଁ ।

Spread the love