ଦୁର୍ଘଟଣା ପରେ ପୋଷ୍ଟ ସେୟାର କଲେ ମଲାଇକା ଅରୋରା

ନୂଆଦିଲ୍ଳୀ : ନିକଟରେ ମଲାଇକା ଆରୋରାଙ୍କ ଏକ କାର  ଦୁର୍ଘଟଣାରେ ଆହତ ହୋଇଥିଲେ ।  ଘଟଣା ସ୍ଥଳରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହସ୍ପିଟାଲରୁ ଘରେ ପହଞ୍ଚିବା ପରେ, ଅନେକ ସେଲିବ୍ରିଟି ମଲାଇକା ଆରୋରାଙ୍କୁ ଭେଟିବାକୁ ଆସିଥିଲେ। ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ମଲାଇକା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ ନିଜ ଫଟୋ ସହିତ ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟରେ କଠିନ ସମୟରେ ସାହାଯ୍ୟ କରିଥିବା ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ଅନେକ ସେଲିବ୍ରିଟି ମଲାଇକାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇଥିଲେ ଏବଂ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

ତେବେ ମଲାଇକା ସେୟାର କରିଥିବା ପୋଷ୍ଟରେ କ୍ୟାପସନ ଦେଇ ଲେଖିଛନ୍ତି- ‘ଗତ କିଛି ଦିନ ହେବ ଏବଂ କିଛି ଘଟଣା ଅତ୍ୟନ୍ତ ଅବିଶ୍ୱସନୀୟ ଥିଲା । ଏହା ବିଷୟରେ ଚିନ୍ତା କରିବା, ଏହା ଏକ ଚଳଚ୍ଚିତ୍ରର ଦୃଶ୍ୟ ପରି ଏବଂ ପ୍ରକୃତରେ ଘଟିଥିବା ଦୁର୍ଘଟଣାର କିଛି ସମୟ ପରେ ମୋତେ ଲାଗିଲା ଯେ ମୋତେ ଅନେକ ଯତ୍ନଶୀଳ ବ୍ୟକ୍ତି ମୋତେ ଘେରି ରହିଛନ୍ତି । ମୋତେ ଡାକ୍ତରଖାନାରେ ପହଞ୍ଚିବାରେ ସାହାଯ୍ୟ କରୁଥିବା ଲୋକ, ଯେମିତିକି ମୋ ପରିବାର । ଯିଏ ଏହି କଷ୍ଟଦାୟକ ସମୟରେ ମୋ ପାଖରେ ଠିଆ ହୋଇଥିଲେ ଏବଂ ଡାକ୍ତରଖାନାରେ ପହଞ୍ଚାଇ ଥିଲେ।ମଲାଇକା ଆହୁରି ଲେଖିଛନ୍ତି, ‘ସେ ମୋତେ ନିରାପଦ ଅନୁଭବ କରାଇଥିଲେ। ଏଥିପାଇଁ ମୁଁ ବହୁତ କୃତଜ୍ଞ ଏବଂ ଶେଷରେ ମୋର ବନ୍ଧୁ, ପରିବାର, ମୋ ଟିମ୍‌ ଏବଂ ମୋର ଇନଷ୍ଟା ପରିବାର, ଯାହାଙ୍କଠାରୁ ମୁଁ ବହୁତ ଭଲ ପାଇବା ପାଇଛି । ଏହି ପରି ମୂହୁର୍ତ୍ତ ଗୁଡିକ ବହୁତ ସ୍ମରଣୀୟ ଅଟେ । ଯେଉଁମାନେ ସର୍ବଦା – ଅଜାଣତରେ – ତୁମକୁ ଭଲ ପାଆନ୍ତି, ଯେତେବେଳେ ତୁମକୁ ଅଧିକ ଆବଶ୍ୟକ କରନ୍ତି… ମଲାଇକାଙ୍କ ଏହି ପୋଷ୍ଟ ଦେଖି ଅନେକ ସେଲିବ୍ରିଟିମାନେ କମେଣ୍ଟ କରିଛନ୍ତି ଏହା ସହ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।

Spread the love