ସୋରରେ ମାତିଛନ୍ତି ଲୁଟେରା, ଦିନ ଦ୍ବିପହରେ ବନ୍ଧୁକ ଦେଖାଇ ଲୁଟି ନେଲେ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା

ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଲୁଟେରାଙ୍କ ଆତଙ୍କ । ଦିନ ଦ୍ବିପହରେ କେତେ ବେଳେ କାହା ଡିକି ଭାଙ୍ଗି ଲୁଟ୍ କରୁଛନ୍ତି ତ କେତେ ବେଳେ କାହା ଦୋକାନ ଭିତରେ ପଶି ଲୁଟି ନେଉଛନ୍ତି । ଆଜି ଦିନ ୧୨ଟ ସମୟରେ ସୋର ଥାନା ମଙ୍ଗଳପୁର ଅଞ୍ଚଳରେ କେନାଲ୍ କାମ କରୁଥିବା ଆର.କେ.ଡି କନଷ୍ଟ୍ରକ୍ସନ୍ କମ୍ପାନୀର କ୍ୟାସିୟର ଆଶିଷ କୁମାର ସ୍ବାଇଁ ସୋର ଷ୍ଟେଟ୍ ବ୍ୟଙ୍କ ଶାଖାରୁ ୨ ଲକ୍ଷ ୭୭ ହଜାର ୫ ଶହ ଟଙ୍କା ଉଠାଇ ମଙ୍ଗଳପୁର ଫେରୁଥିବା ବେଳେ ଦହିପୁର ଛକ ନିକଟରେ ଥିବା ଶନି ମନ୍ଦିର ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଆଶିଷଙ୍କ ଆଗରେ ଆଡା ପକାଇବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ପାଖରେ ଥିବା ଟଙ୍କା ବ୍ୟାଗ୍କୁ ଝାମ୍ପି ନେଇଥିଲେ।

ଏହାସହ ଆଶିଷଙ୍କୁ ମାଡ ମାରି ତଳେ ପକାଇ ମୋବାଇଲ୍ ଛଡାଇ ନେଇ ଫେରାର୍ ହୋଇଯାଇଥିଲେ । ଏହି ଘଟଣାକୁ ନେଇ ଆଶିଷ ସୋର ଥାନାରେ ଅଭିଯୋଗ କରିବା ପରେ ସୋର ପୋଲିସ୍ ଘଟଣାର ଛାନ ଭିନ୍ କରୁଛି । ସୁଚନା ମୁତାବକ ଗତ କିଛି ଦିନ ଆଗରୁ ଏକ ଲୁଗା ଦୋକାନରୁ ୫୦ ଟଙ୍କିଆ ଚେଞ୍ଜ୍ ମାଗିବା ବାହାନରେ ୬୦ ହଜାର ଲୁଟି ନେଇଥିଵା ବେଳେ ପୁଣି ଆଜି ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେବା ଘଟଣା ସୋର ପୋଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Spread the love