କୋଣାର୍କ ଏକ୍ସପ୍ରେସ ଧକ୍କାରେ ଚାଲିଗଲା ୫ ଜୀବନ

ବିଶାଖାପଟନମ, ୧୧।୦୪: ଆନ୍ଧ୍ର ପ୍ରଦେଶରେ ବଡ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଭୁବେନଶ୍ୱରରୁ ମୁମ୍ୱାଇ ଅଭିମୁଖେ ଯାଉଥିଲା କୋଣାର୍କ ଏକ୍ସପ୍ରେସ । ଟ୍ରେନ ଲାଇନରେ ବୁଲୁଥିବା ବେଳେ ଲୋକଙ୍କ ଚଢିଗଲା କୋଣାର୍କ ଏକ୍ସପ୍ରେସ।

ଆନ୍ଧ୍ର ପ୍ରଦେଶର ସିରାଡମ ଏବଂ ଚିପୁରୁପଲ୍ଲୀ ଷ୍ଟେସନ ନିକଟରେ ଦୁର୍ଘଟଣା ଘଟିଛି। ସିକନ୍ଦରାବାଦରୁ ଗୌହ୍ୱାଟୀ ଯାଉଥିବା କୋଏମ୍ୱଟୁର-ସିଲଚେର ଟ୍ରେନର ଚେନ ପୁଲିଂ କରି ରେଳ ଧାରଣାରେ କିଛି ଯାତ୍ରୀ ବୁଲିଥିଲେ। ଏହି ସମୟରେ ଭୁବନେଶ୍ୱରରୁ ମୁମ୍ୱାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ ସେମାନଙ୍କ ଉପରେ ମାଡି ଯାଇଥିଲା। ଦୁର୍ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏହାପରେ ମୃତ ଦେହ ଗୁଡିକୁ ସେହି ଟ୍ରେନରେ ଶ୍ରୀକାକୁଲମ ରୋଡ ଷ୍ଟେସନକୁ ଅଣାଯାଇଥିଲା। ପରେ ସେଠାରୁ ମୃତ ଦେହକୁ ହସ୍ପିଟାଲ ନେବା ନିଆଯାଇଥିଲା। ରେଲୱେ ପକ୍ଷରୁ ମୃତ ଦେହ ଗୁଡିକୁ ହସ୍ପିଟାଲ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା।

Spread the love