ଶାହବାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ ୧୨/୦୪: ପାକିସ୍ତାନରେ ବଦଳିଛି ସରକାର । ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଶାହବାଜ ସରିଫ । ତେବେ ପାକ୍‌ର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଙ୍କୁ ଟୁଇଟ୍ କରି ବଧାଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଆତଙ୍କବାଦ ପ୍ରସଙ୍ଗରେ ଉପଦେଶ ବି ଦେଇଛନ୍ତି ।

ଆତଙ୍କବାଦ ପ୍ରସଙ୍ଗ ଉଠାଇ ମୋଦି ଟୁଇଟ୍ କରିଛନ୍ତି, ଭାରତ ଶାନ୍ତି ଚାହେଁ ଯେଉଁଠି ଆତଙ୍କର କୌଣସି ସ୍ଥାନ ନାହିଁ । ଏହାଦ୍ବାରା ବିକାଶର ଚାଲେଞ୍ଜ ଉପରେ ଫୋକସ୍ କରିପାରିବା ଏବଂ ନିଜ ନିଜ ଦେଶର ନାଗରିକଙ୍କ ମଙ୍ଗଳ ହେବ ।.

ସୂଚନାଯୋଗ୍ୟ, ଶାହବାଜ ସରିଫ ପାକିସ୍ତାନର ୨୩ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଆରିଫ ଆଲଭୀଙ୍କ ବଦଳରେ ସିନେଟ୍ ଚେୟାରମ୍ୟାନ୍ ସାଦିକ ସଞ୍ଜରାନୀ ଶପଥ ପାଠ କରାଇଛନ୍ତି । ପ୍ରେସିଡେଣ୍ଟ ହାଉସରେ ଶପଥ ସମାରୋହ ହୋଇଥିଲା , କିନ୍ତୁ ରାଷ୍ଟ୍ରପତି ଆସିନଥିଲେ ।

Spread the love