ବାସ୍ତୁ ଅନୁଯାୟୀ ଔଷଧ କେଉଁ ସ୍ଥାନରେ ରଖିବା

ବାସ୍ତୁ ଶାସ୍ତ୍ରରେ ବସ୍ତୁର ସମ୍ବନ୍ଧ ଦିଗ ଓ ଶକ୍ତି ସହ ଜଡିତ।ସ୍ୱାସ୍ଥ୍ୟ ହିଁ ସମ୍ପଦ। ସେହିଭଳି ରୋଗ ଦୂର ପାଇଁ ଔଷଧ ସେବନ କରିବା  ପ୍ରତ୍ୟେକ ଘରେ ଏକ ସାଧାରଣ କଥା। ମାତ୍ର ଏହି ଔଷଧକୁ ସଠିକ ସ୍ଥାନରେ ରଖାଯିବା ଉଚିତ। ଜାଣନ୍ତୁ ବାସ୍ତୁ ଅନୁଯାୟୀ, ଔଷଧକୁ କେଉଁ ସ୍ଥାନରେ ରଖାଯିବା ଉଚିତ।

ଘରର ଉତ୍ତରପୂର୍ବ କୋଣ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ତେଣୁ ଔଷଧ ଓ ପ୍ରାଥମିକ ଉପଚାର ବାକ୍ସ ଏହି ଦିଗରେ ରଖିପାରିବେ।

ଉତ୍ତର ଐଶାନ୍ୟ କୋଣରେ ଔଷଧ ରଖିବା ଦ୍ୱାରା ଏହାର ସକରାତ୍ମକ ପ୍ରଭାବ ପଡିଥାଏ। ରୋଗରୁ ଖୁବ ଶୀଘ୍ର ମୁକ୍ତି ମିଳିଥାଏ।

ଔଷଧକୁ ଉତ୍ତର ଓ ପଶ୍ଚିମ କୋଣ ଦିଗରେ ଔଷଧ ରଖିବା ଦ୍ୱାରା ଏହାର ପ୍ରଭାବ ବିଳମ୍ବରେ ହୋଇଥାଏ। ରୋଗ ଠିକ ହେବାକୁ ଅଧିକ ସମୟ ଲାଗିଥାଏ ବୋଲି କୁହାଯାଏ।

ଦକ୍ଷିଣ ପୂର୍ବ କିମ୍ବା ଦକ୍ଷିଣ ଦିଗରେ ଔଷଧ ରଖନ୍ତୁ ନାହିଁ।
ରୋଷେଇ ଘରେ ମଧ୍ୟ ଔଷଧ ରଖନ୍ତୁ ନାହିଁ। ସ୍ୱାସ୍ଥ୍ୟ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ। ଔଷଧକୁ ଟେବୁଲ ଉପରେ ମଧ୍ୟ ରଖନ୍ତୁ ନାହିଁ।
ଦିଗ ଅନୁଯାୟୀ ଥାକରେ ବାକ୍ସ ମଧ୍ୟରେ ଔଷଧ ରଖନ୍ତୁ।

Spread the love