ତକିଆତଳେ ରଖନ୍ତୁ ନାହିଁ ଏହି ଜିନିଷ, ଘୋର ଅଶାନ୍ତିରେ ଦିନ କଟିବ

ବହୁ ପୁରାତନ କାଳରୁ ଲୋକଙ୍କ ଅଭ୍ୟାସ ରହିଛି ଯେ ତକିଆତଳେ ଚାବି ପେନ୍ଥା, ଟଙ୍କା, କାଗଜ ପତ୍ର ରଖନ୍ତି। କାରଣ ପୁରାତନ ଲୋକ ଭାବନ୍ତି ରାତିରେ ଶୋଇବା ସମୟରେ ତକିଆ ତଳେ ଗୁରୁତ୍ୱପୂର୍ଣ୍ଣ ବା ଟଙ୍କା ପଇସା ରଖିବା ସୁରକ୍ଷିତ ହୋଇଥାଏ। ଚୋରି ହେବାର ଆଶଙ୍କା କମ ରହିଥାଏ। ବାସ୍ତୁ ଅନୁସାରେ ତକିଆ ପାଖରେ କିଛି ଜିନିଷ ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଖରାପ ପ୍ରଭାବ ପଡିଥାଏ। ତେବେ ଜାଣି ରଖିବା କେଉଁ ସବୁ ଜିନିଷ ତକିଆ ତଳେ ରଖିଲେ ଦାମ୍ପତ୍ୟ ଜୀବନରେ ପ୍ରଭାବ ପଡିଥାଏ।

ପର୍ସ : ଶୋଇବା ସମୟରେ ତକିଆ ତଳେ ପର୍ସ ରଖନ୍ତୁ ନାହିଁ। କାରଣ ଲକ୍ଷ୍ମୀଙ୍କ ବାସ ତକିଆ ତଳେ ନୁହେଁ ଆଲମାରୀରେ ହୋଇଥାଏ। ତେଣୁ ପର୍ସକୁ ସବୁ ସମୟରେ ଆଲମାରୀରେ ରଖନ୍ତୁ। ତକିଆ ତଳେ ପର୍ସ ରଖିବା ଦ୍ୱାରା ଖର୍ଚ୍ଚ ବଢିବା ସହ ଦାମ୍ପତ୍ୟ ଜୀବନରେ ଝଗଡା ଆରମ୍ଭ ହୋଇଥାଏ।

ଔଷଧ : ବହୁଲୋକ ଭୁଲିଯିବା କାରଣରୁ ଔଷଧ ତକିଆ ତଳେ ହିଁ ରଖିଥାନ୍ତି। ବାସ୍ତୁ ଅନୁସାରେ ଏହା ସ୍ୱାସ୍ଥ୍ୟ ପ୍ରତି ଖରାପ ହେବା ସହ ଘରେ ଆସନ୍ତି ବୃଦ୍ଧି କରିଥାଏ। ଏହାଛଡା ମାନସିକ ଅଶାନ୍ତି ବଢ଼ିଥାଏ।

ଚାବି : ଶୋଇବା ବିଝଣା ତଳେ ଚାବି ରଖିବେ ନାହିଁ। ବାସ୍ତୁ ଅନୁସାରେ ଏହାଦ୍ୱାରା ଟଙ୍କାର ଅଭାବ ଦେଖାଯାଇଥାଏ।

ଜୋତା : ଶୋଇବା ବିଝଣା ପାଖରେ ଜୋତା ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିଥାଏ। ଶାନ୍ତିରେ ନିଦ ଆସିନଥାଏ। ମାନସିକ ଚାପ ବୃଦ୍ଧି ସାଙ୍ଗକୁ ଦୁଃସ୍ଵପ୍ନ ଦେଖିଥାନ୍ତି।

ଜଳପୁର୍ଣ୍ଣ ପାତ୍ର : ଶୋଇବା ସମୟରେ କୌଣସି ଜଳପୁର୍ଣ୍ଣ ପାତ୍ର ପାଖରେ ରଖିବେ ନାହିଁ। ଏହା ଦାମ୍ପତ୍ୟ ଜୀବନରେ ପ୍ରଭାବ ପକାଇଥାଏ।

Spread the love