ଏବେ ୩୨ଜଣକୁ ନେଇ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କଲ୍‌

ମୁମ୍ବାଇ: ଲୋକପ୍ରିୟ ମେସେଜିଂ ଅ‌ାପ୍‌ ହ୍ବାଟ୍‌ସଆପ୍‌ ଏକ ନୂଆ ଫିଚର୍‌ର ଘୋଷଣା କରିଛି। ଏହି ଫିଚର୍‌ ଜରିଆରେ ଏଣିକି ୮ ଜଣ ନୁହେଁଁ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କଲ୍‌ରେ ୩୨ ଜଣ ଯୋଡ଼ି ହୋଇପାରିବେ। ଏହା ବ୍ୟତୀତ କମ୍ପାନି ଆହୁରି ଏକ ସୁବିଧା ମଧ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

ଗ୍ରୁପ୍‌ର ଆଡ୍‌ମିନ୍‌ ନିକଟରେ ଏବେ ଗ୍ରୁପ୍‌ ମେସେଜ୍‌ ଡିଲିଟ୍‌ କରିବାର ସାମର୍ଥ୍ୟ ରହିବ। ଥରେ ସେ ମେସେଜ ଡିଲିଟ୍‌ କରିବା ପରେ ଗ୍ରୁପ୍‌ର ଅନ୍ୟ କୌଣସି ସଦସ୍ୟ ତାହାକୁ ଆଉ ଦେଖିପାରିବେ ନାହିଁ।

ମେଟା ପ୍ଲାଟ୍‌ଫର୍ମର ସିଇଓ ତଥା ହ୍ବାଟ୍‌ସର ମାଲିକ ମ‌ାର୍କ ଜୁକରବର୍ଗ କହିଛନ୍ତି, ‘ଆପଣଙ୍କ ଗ୍ରୁପ୍‌ ଚାଚ୍‌କୁ ଆହୁରି ସଜହ କରିବାକୁ ଆମେ ଏହି ସୁବିଧା ଯୋଗାଇ ଦେବୁ। ଗୋଟାଏ କମ୍ୟୁନିଟିରେ ଆପଣ ଭିନ୍ନ ଭିନ୍ନ ଗ୍ରୁପ୍‌କୁ ଏଣିକି ଏକତ୍ର କରିପାରିବେ। ଏହାବ୍ୟତୀତ ଆମେ ଲାର୍ଜ ଫାଇଲ୍‌ ସେୟ‌ାରିଂ ଏବଂ ବଡ଼ ଧରଣର ଗ୍ରୁପ୍‌ କଲ୍‌ ସୁବିଧା ବି ଯୋଗାଇ ଦେବୁ।’

Spread the love