କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଲାଗୁ   ହୋଇପାରେ ନୂଆ ୱେଜ୍ କୋଡ୍ । ଏନେଇ ସମସ୍ତ କ୍ଷେତ୍ରର ଏଚଆର ମୁଖ୍ୟଙ୍କ ସହ ଆଲୋଚନା କରାଯାଇଛି । ଯଦି ନୂଆ ଶ୍ରମ ନିୟମ ଲାଗୁ ହୁଏ, ତେବେ ସରକାରୀ କର୍ମଚାରୀଙ୍କର ସାଲାରୀ ଷ୍ଟ୍ରକଚରରେ କିଛି ପରିବର୍ତ୍ତନ ହୋଇପାରେ ।ନୂଆ ଲେବର କୋର୍ଡ ଗତ ୨୦୧୯ ମସିହାରେ ସଂସଦରେ ପାରିତ ହୋଇଥିଲା ।ତେବେ ନୂଆ ନିୟମ ଲାଗୁହେଲେ ଏଣିକି ୨୪୦ ବଦଳରେ ୩୦୦ ଦିନ (ଇଏଲ) ଛୁଟି ମିଳିବ । ଏଥିସହ କର୍ମଚାରୀଙ୍କର ବେତନ ମଧ୍ୟ ବଦଳିଯିବ । ଏହାଦ୍ୱାରା ବେସିକ ସାଲାରୀରେ ହ୍ରାସ ଦେଖାଦେଇପାରେ । ସାଧାରଣ ଭାବେ ଜଣେ କର୍ମଚାରୀଙ୍କୁ କଷ୍ଟ-ଟୁ-କମ୍ପାନୀ (ସିଟିସି)ରେ ୩ରୁ ୪ ପ୍ରତିଶତ ମିଳିଥାଏ । ବେସିକ ସାଲାରୀ, ହାଉସ ରେଣ୍ଟ ଆଲାଉନ୍ସ, ପିଏଫ, ଗ୍ରାଚ୍ୟୁଇଟି, ପେନସନ, ଏଣ୍ଟରଟେନମେଣ୍ଟ ଆଲାଉନ୍ସ ଆଦି ଏଥିରେ ରହିଥାଏ ।

ଏବେ ନୂଆ କୋଡ୍ ଅନୁଯାୟୀ, ଭତ୍ତା ମୋଟ ସାଲାରୀର ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ । ଅର୍ଥାତ ଯଦି ଜଣେ କର୍ମଚାରୀ ମାସକୁ ୫୦ ହଜାର ପାଉଛନ୍ତି, ସେ କ୍ଷେତ୍ରର ତାଙ୍କର ବେସିକ ସାଲାରି ୨୫ ହଜାର ଟଙ୍କା ହେବା ଦରକାର, ଅବଶିଷ୍ଟ ୨୫ ହଜାର ଟଙ୍କାରେ ତାଙ୍କର ଭତ୍ତା ସାମିଲ ରହିବ । ନୂଆ ନିୟମ ଅନୁଯାୟୀ, କର୍ମଚାରୀଙ୍କର କାମ କରିବାର ସମୟ ୧୨ ଘଣ୍ଟା ହୋଇଯିବ । ସପ୍ତାହକୁ ୪୮ ଘଣ୍ଟା କାମ କରିବା ନେଇ ପ୍ରସ୍ତାବରେ କୁହାଯାଇଛି । କିଛି ୟୁନିୟନ ୧୨ ଘଣ୍ଟା କାମ ଓ ୩ ଦିନର ଛୁଟି ନିୟମ ଉପରେ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ସପ୍ତାହକୁ ୪୮ ଘଣ୍ଟା କାର୍ଯ୍ୟ କରିବା ନେଇ ନିୟମ ରହିବ । ମାତ୍ର ଯଦି ଜଣେ ୮ ଦିନ କାର୍ଯ୍ୟ କରିବାକୁ ଚାହିଁବ ତେବେ ତାଙ୍କୁ ସପ୍ତାହରେ ୬ ଦିନ କାମ କରିବା ସହ ଗୋଟିଏ ଦିନର ଛୁଟି ମିଳିବ ।

Spread the love