ହସ୍ତମୈଥୁନ କରି ହସ୍‌ପିଟାଲ୍‌ରେ ପଡ଼ିଲେ ୨୦ ବର୍ଷୀୟ ଯୁବକ

ନୂଆଦିଲ୍ଲୀ: ହସ୍ତମୈଥୁନ କରି ହସ୍‌ପିଟାଲ୍‌ରେ ପଡ଼ିଲେ ସୁଇଜରଲ୍ୟାଣ୍ଡର ଜଣେ  ୨୦ ବର୍ଷୀୟ ଯୁବକ ।ଯୁବକ ହସ୍ତମୈଥୁନ କରିବା ପରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଶୋଇବା ସମୟରେ ସେ ଅଣନିସ୍ୱାସୀ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ପରୀକ୍ଷାନିରୀକ୍ଷା କରିବା ପରେ ଯାହା ଜଣାପଡ଼ିଲା ସେଥିରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଡାକ୍ତର।ପରୀକ୍ଷା କରିବା ପରେ ଜଣାପଡ଼ିଥିଲା ଯେ ଯୁବକଙ୍କ ମୁଣ୍ଡରେ ସାମାନ୍ୟ ଫୁଲା ରହିଛି। ନିଶ୍ୱାସ ନେବା ମାତ୍ରେ ଛାତିରୁ କର୍କଶ ଶବ୍ଦ ଶୁଣାଯାଉଛି। ତାଙ୍କ ଠାରେ ସାମାନ୍ୟ ଆସ୍ଥମାର ଲକ୍ଷଣ ଦେଖାଯାଉଥିଲା। ତଥାପି ଡାକ୍ତରଙ୍କୁ ସନ୍ଦେହ ହେବାରୁ ଛାତିିର ଏକ୍ସ-ରେ କରାଯାଇଥିଲା। ରିପୋର୍ଟରେ ଏକ ବିରଳ ଘଟଣା ଜଣାପଡ଼ିଥିଲା। ଯୁବକଙ୍କୁ ନିମୋମେଡିଆଷ୍ଟିନମ ହୋଇଛି ବୋଲି ଡାକ୍ତର କହିଥିଲେ।

ନିମୋମେଡିଆଷ୍ଟିନମ କଣ ?

ଡାକ୍ତରଙ୍କ କହିବା ଅନୁସାରେ, ଶ୍ୱାସନଳୀ କିମ୍ବା ଫୁସ୍‌ଫୁସ୍‌ରେ ଆଘାତ ହେଲେ ନିମୋମେଡିଆଷ୍ଟିନମ ସୃଷ୍ଟି ହୋଇଥାଏ। ତା ସହିତ ଛାତି ଗହ୍ୱରରେ ହଠାତ୍ ଅଧିକ ଚାପ ପଡ଼ିବାରୁ ଫୁସ୍‌ଫୁସ୍‌ ଝିଲ୍ଲୀର ପାଣି ବାହାରିଥାଏ। ସେତେବେଳେ ନିମୋମେଡିଆଷ୍ଟିନମରେ ଛାତିରୁ ବାୟୁ ଲିକ୍ ହୋଇଥାଏ। ସାଧାରଣତଃ ଯୁବବର୍ଗ କ୍ଷେତ୍ରରେ ଏଭଳି ରୋଗ ହୋଇଥାଏ। ଆସ୍ଥମା ହେବା କିମ୍ବା, ଜୋରଦାର ବ୍ୟାୟାମ କରିବା ଏହି ରୋଗ ସୃଷ୍ଟି ହେବାର କାରଣ। ତା ଛଡ଼ା ତୀବ୍ର ବେଗରେ ବାନ୍ତି ହେଲେ ବି ନିମୋମେଡିଆଷ୍ଟିନମ ରୋଗ ହୋଇଥାଏ।

ଯୁବକଙ୍କ ଠାରେ ଏହି ରୋଗ ଜଣାପଡ଼ିବା ପରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଛାତିର ଯନ୍ତ୍ରଣା କମାଇବା ପାଇଁ ତାଙ୍କୁ ଆଣ୍ଟିବଡି ଦିଆଯାଇଥିଲା। ସୌଭାଗ୍ୟବଶତଃ ଯୁବକ ୪ ଦିନରେ ଶୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ଡାକ୍ତରଙ୍କ କହିବା କଥା ହେଲା ଉପରୋକ୍ତ ମାମଲାଗୁଡ଼ିକରେ ନିମୋମେଡିଆଷ୍ଟିନମ ହେବା ସ୍ୱଭାବିକ କଥା, ହେଲେ ହସ୍ତମୌଥୁନ ସମୟରେ ଛାତିରେ ପ୍ରେସର ପଡ଼ି ଏମିତି ଘଟଣା ଘଟିବା ଅତି ବିରଳ। ପୂର୍ବରୁ ଏଭଳି ମାମଲା କେବେ ଶୁଣାଯାଇ ନାହିଁ। ତେବେ ଏଥିପ୍ରତି ସତର୍କ ରହିବା ନିହାତି ଆବଶ୍ୟକ ବୋଲି ଡାକ୍ତରମାନେ କହିଛନ୍ତି।

Spread the love